|
logo
Live

Argus News - ଆହୁରି ବଢିବ ତାପମାତ୍ରା, ୬ ଜିଲ୍ଲାପାଳଙ୍କୁ ସତର୍କ ସୂଚନା

Odisha

ଆହୁରି ବଢିବ ତାପମାତ୍ରା, ୬ ଜିଲ୍ଲାପାଳଙ୍କୁ ସତର୍କ ସୂଚନା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆହୁରି ବଢିବ ତାପମାତ୍ରା, ୬ ଜିଲ୍ଲାପାଳଙ୍କୁ ସତର୍କ ସୂଚନା

ଆଗକୁ ବଢିବ ତାତି । କଲବଲ ହେବେ ରାଜ୍ୟବାସୀ । ଆଗାମୀ ୪-୫ ଦିନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩ ରୁ ୫ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା । ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେବାର ଆଶଙ୍କା ରହିଛି । ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ଏସ୍‌ଆରସିଙ୍କ ପକ୍ଷରୁ ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଯାଇଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କତା ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗିର ।


ମାର୍ଚ୍ଚରୁ ମେ ଯାଏଁ ପ୍ରବଳ ତାତିର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଦିନ ୨ଟାପରେ ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଟପିବାର ସମ୍ଭାବନା ରହିଛି। ତେବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ୭୦ରୁ ଅଧିକ ଜନସଂଖ୍ୟା ଥିବା ଗାଁରେ ୨ଟି ନଳକୂପ ଖୋଲାଯିବାର ବ୍ୟବସ୍ଥା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆହୁରି ବଢିବ ତାପମାତ୍ରା, ୬ ଜିଲ୍ଲାପାଳଙ୍କୁ ସତର୍କ ସୂଚନା | Argus News