Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଦୀପାଳି:ଟଙ୍କଧର ତ୍ରିପାଠୀ

Odisha

କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଦୀପାଳି:ଟଙ୍କଧର ତ୍ରିପାଠୀ

Sangram Tripathy
Browse all articles by Sangram Tripathy
·1 year ago·2 min read
କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଦୀପାଳି:ଟଙ୍କଧର ତ୍ରିପାଠୀ

ଅର୍ଗସ ବ୍ୟୁରୋ:କ୍ଷମତା ଥିଲେଦେଖାଉଥିଲେ ଲୋକଙ୍କୁ ଦବଙ୍ଗଗିରି,ନିର୍ବାଚନ ହାରିବା ପରେ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ। ନିଯୁକ୍ତି ଆଳରେ ଆନ୍ଦୋଳନ ବେଳେ କମ୍ପାନୀ କମଚାରୀ କୁ ଦୁବ୍ୟବହାର ସହ ରାଜସ୍ବ ହାନୀ ଲାଗି ଦୀପାଳିଙ୍କ ବିରୋଧରେ ଥାନାରେ ମଧ୍ୟ ରୁଜୁ ହୋଇଛି ମାମଲା। ଘଟଣାଟି ଥିଲା ଏମିତି ସମ୍ବଲପୁର ଖିଣ୍ଡାରେ NLC ଇଣ୍ଡିଆ ଲିମିଟେଡ ଯୋଗୁ ବିସ୍ଥାପିତଙ୍କୁ ନିଯୁକ୍ତି ଦାବିରେ ହୋଇଥିଲା ଆନ୍ଦୋଳନ । ସେଥିରେ ସାମିଲ ହୋଇଥିଲେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ଏବଂ ରେଙ୍ଗାଲି ବିଜେଡି ବିଧାୟକ ସୁର୍ଦଶନ ହରିପାଲ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଉସକାଇବାକୁ ନେଇ ଠେଲକୋଲି ଥାନାରେ NLC କମ୍ପାନୀ ପକ୍ଷରୁ ଦୀପାଳି,ସୁର୍ଦଶନଙ୍କ ସମେତ ୧୫ ଜଣଙ୍କ ବିରୋଧରେ ଦିଆଯାଇଛି ଏତାଲା,ଦେଖିବାକୁ ଗଲେ ବିସ୍ଥାପିତଙ୍କ ଏ ସମସ୍ୟା ଆଜିକି କାଲିର ନୁହେଁ ଅନେକ ଦିନର,ତେବେ ସାଧାରଣରେ ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି ଦୀପାଳି,ବିଧାୟକ ଥିବାବେଳେ କାହିଁକି ବିସ୍ଥାପିତଙ୍କ ପାଇଁ ଆନ୍ଦୋଳନ କରନଥିଲେ,ବିଜେଡିର ୨୪ ବର୍ଷ ଶାସନ ସମୟରେ ପୂର୍ବତନ ମନ୍ତ୍ରୀ ତଥା ସ୍ବଗତ ନବ କିଶୋର ଦାସ RPDAC ମେମ୍ବର ଥିବା ବେଳେ ଥରଟିଏ ହେଲେ ବି କାହିଁକି ବିସ୍ଥାପିତଙ୍କ ନିଯୁକ୍ତି ପ୍ରସଙ୍ଗ ପାଇଁ ମୁହଁ ଖୋଲୁନଥିଲେ ଦିପାଳି ।  ଆଉ ଏବେ କିନ୍ତୁ ବିସ୍ଥାପିତଙ୍କ ଲାଗି ମଇଦାନକୁ ଓହ୍ଲାଇଛନ୍ତି,ନିଜ ରାଜନୈତିରେ ଅସ୍ମିତ୍ବ ବଜାୟ ରଖିବାକୁ ବିସ୍ଥାପିତଙ୍କ ସମସ୍ୟାକୁ ଆଉ କରିନାହାନ୍ତି ତ ବାହାନା। ଆଉ ଏଥିଲାଗିତ ଜନସାଧାରଣ ନିନ୍ଦା କରିଛନ୍ତି,କ୍ଷମତାରେ ଥିବାବେଳେ ଅନେକ କିଛି ପାରିଥାନ୍ତେ କିନ୍ତୁ ସେମାନେ ନକରି ଏବେ କାହିଁକି ଦେଖେଇ ହେଉଛନ୍ତି ବୋଲି ଜନତା ପ୍ରଶ୍ନ ମଧ୍ୟ କରିଛନ୍ତି। 

ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି  ଲୋକଙ୍କ ପାଇଁ ଏହା ଆନ୍ଦୋଳନ ନୁହେଁ,ନିଜ ନିଜ ରାଜନୈତି କ୍ୟାରିୟର ପାଇଁ ଦୀପାଳି ଏପରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି,କମ୍ପାନୀରୁ ଚାନ୍ଦା ଆସିବା ବନ୍ଦ ହୋଇଯିବାରୁ ଲୋକଙ୍କୁ ନିଯୁକ୍ତି ବାହାନାରେ ପୂର୍ବତନ ବିଧାୟିକାଆନ୍ଦୋଳନକୁ ଓହ୍ଲାଇଥିବା ଅଭିଯୋଗ କରିଛନ୍ତି ବିଧାୟକ ଟଙ୍କଧର
ଦେଖିବାକୁ ଗଲେ ୨୦୧୯ ବିଜେଡି ସରକାର ଥିବାସମୟରେ ଏମାନେ ବିସ୍ଥାପିତ ହୋଇଥିଲେ,ମାତ୍ର ପ୍ରତିଶ୍ରୁତି ମୁତାବକ ସରକାର କିନ୍ତୁ ତାହା ପାଳନ କରିନାହାନ୍ତି,ବିସ୍ଥାପିତଙ୍କୁ ପ୍ରତିଶ୍ରୁତି ମୁତାବକ ଜମି ପଟ୍ଟା ଆବଶ୍ୟକୀୟ ସୁବିଧା ଯୋଗାଇ ଦେଇନାହାନ୍ତି,ଫଳରେ ଅନେକ ହନ୍ତସନ୍ତ ହୋଇଛନ୍ତି ବିସ୍ତାପିତ। କେବଳ ସେତିକି ନୁହେଁ କମ୍ପାନୀ ମଧ୍ୟ ନିଯୁକ୍ତିକୁ ନେଇ ଟାଳଟୁଳ ନୀତି ଆପଣେଇବାରେ ଅଭିଯୁକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବିସ୍ଥାପିତଙ୍କ ପାଇଁ ଆନ୍ଦୋଳନ କରିବାରେ ରାଜନେତା ମାନଙ୍କର କିଛି ଅସୁବିଧା ନାହିଁ,କିନ୍ତୁ ଏହି ସମବେଦନା କ୍ଷମତାରେ ଥିବାବେଳେ କାହିଁକି ଦେଖାଇ ନଥିଲେ ବିଜେଡିର ପୂର୍ବତନ ବିଧାୟକ ଦୀପାଳି ଦାସ। ବିଜେଡି ସରକାର ଥିବାସମୟରେ ବିସ୍ଥାପିତଙ୍କ ପ୍ରତି କରାଯାଇଥିଲା ଅନ୍ୟାୟ,ମାତ୍ର ଏକଥା ନିଜ ଦଳର ସରକାରଙ୍କୁ କାହିଁକି ପ୍ରଶ୍ନ କରିନଥିଲେ ଦୀପାଳି ଦାସ । ଏବେ କିନ୍ତୁ ତାଙ୍କ ଉପସ୍ଥିତିକୁ ଲୋକ ନାପସନ୍ଦ କରିଛନ୍ତି । କିଛି ଲୋକ ମଧ୍ୟ କହିଛନ୍ତି ଦୀପାଳି ଜନସେବା କମ୍ ରାଜନୀତି କରୁଛନ୍ତି ଅଧିକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The crocodile is crying Diwali: Tankadhar | Argus News