Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ମାଟି ତଳେ ପୋତା ହୋଇଥିବା ଶବ ଗାଏବ୍

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପୁଣି ମାଟି ତଳେ ପୋତା ହୋଇଥିବା ଶବ ଗାଏବ୍

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ମଣିନାଥପୁର ସ୍ୱର୍ଗଦ୍ଵାରରୁ ଶବ ଚୋରି । ଏହି ଗ୍ରାମର ତାପସ ସାମଲଙ୍କ ମା' ରୁକ୍ମଣୀ ସାମଲଙ୍କ ମୃତ୍ୟୁ ପରେ ସ୍ୱର୍ଗଦ୍ଵାରରେ ଶବକୁ ପୋତା ଯାଇଥିଲା । ଏହା ପରେ ଆଜି ଦଶାହ କର୍ମ ଥିବା ବେଳେ ପରିବାର ଲୋକେ ଦଶାହ କର୍ମ ପାଇଁ ସେଠାକୁ ଯାଇଥିଲେ । ସେଠାରେ ରୁକ୍ମଣୀ ପୋତା ହୋଇଥିବା ସ୍ଥାନକୁ କେହି ଖୋଳି ଶବ ନେଇ ଯାଇଥିବା ପରିବାର ଲୋକ ଦେଖିବା ପାଇଛନ୍ତି ।


ତେବେ ଏହି ମଶାଣିରୁ ଶବ ଚୋରି ହେବା କଥା କିଛି ନୂଆ କଥା ନୁହେଁ, ଗତ କିଛି ବର୍ଷ ତଳେ ମଧ ଏଠାରୁ ଶବ ଚୋରି ହୋଇଥିବା ବେଳେ ଏନେଇ ଭଣ୍ଡାରିପୋଖରୀ ଥାନା ରେ ଅଭିଯୋଗ ହୋଇଥିଲା । ପରେ ପୁଲିସ ତଦନ୍ତ କରିଥିଲେ କିନ୍ତୁ ଚୋରିର କାରଣ ଜଣା ପଡିନଥିଲା । ତେବେ ପୁଣି ରୁକ୍ମଣୀ ସାମଲଙ୍କ ଶବ ଚୋରିକୁ ନେଇ ଦଶାହ କର୍ମ ଚାଲିଥିବାରୁ ବର୍ତ୍ତମାନ ସୁଦ୍ଧା ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ ହୋଇନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The dead body is missing in underground in Dhamnagar area | Argus News