Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିନା ଅପରେସନ ଓ ଔଷଧରେ ଭଲ ହେଉଛି ରୋଗ

Rashmita Mishra
Browse all articles by Rashmita Mishra
·1 year ago·1 min read
ବିନା ଅପରେସନ ଓ ଔଷଧରେ ଭଲ ହେଉଛି ରୋଗ

Key Points

ବିନା ଅପରେସନ ଓ ଔଷଧରେ ଭଲ ହେଉଛି ରୋଗ
ଲୋକପ୍ରିୟ ହେବାରେ ଲାଗିଛି ପ୍ରାକୃତିକ ଚିକିତ୍ସା ପଦ୍ଧତି
ଅନେକ ରୋଗରୁ ମୁକ୍ତି ଦେଉଛି ନ୍ୟୁରୋଥେରାପି

ନ୍ୟୁରୋଥେରାପି ଚିକିତ୍ସା ପଦ୍ଧତି ସହ ବେଶ ପରିଚିତ ଭାରତୀୟ । ପୂର୍ବ କାଳରେ ନାଡି ପରୀକ୍ଷା କରି ସମସ୍ତ ରୋଗର ଚିକିତ୍ସା କରୁଥିଲେ ଚିକିତ୍ସକ । କାଳକ୍ରମେ ଲୋପ ପାଇଯାଇଥିବା ଏହି ଚିକିତ୍ସା ପଦ୍ଧତି ଏବେ ଧୀରେ ଧୀରେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ।

ଆଣ୍ଠୁ ଜନିତ ସମସ୍ୟା, ଯକୃତ ରୋଗ, ନ୍ୟୁରୋ ଲୋଜିକାଲ ସମସ୍ୟାର ଚିକିତ୍ସା ପାଇଁ ବେଶ ସହାୟକ ହେଉଛି ନ୍ୟୁରୋଥେରାପି ଚିକିତ୍ସା ପଦ୍ଧତି । ଭୁବନେଶ୍ୱର ପାତ୍ରପଡାରେ ନ୍ୟୁରୋଥେରାପିଷ୍ଟ ଶୁଭଲକ୍ଷ୍ମୀ ଦାସ ଏହି ଚିକିତ୍ସା କରୁଥିବାବେଳେ ଅନେକ ଲୋକ ରୋଗରୁ ମୁକ୍ତି ପାଉଛନ୍ତି ।

ଏହି ଚିକିତ୍ସା ପଦ୍ଧତିରେ ଶରୀର ଉପରେ କିଛି ସମୟ ପ୍ରେସ କରାଯାଇଥାଏ । ନା ବ୍ୟବହାର ହୋଇଥାଏ କୌଣସି ମେଡିସିନ୍ ନା ଆବଶ୍ୟକ ହୋଇଥାଏ ଅପରେସନ୍ । ବଡରୁ ବଡ ରୋଗ ମଧ୍ୟ ଏହି ଥେରାପି ଦ୍ବାରା ଭଲ ହୋଇପାରୁଛି । ବର୍ତ୍ତମାନ ସମୟରେ ବି ଏହି ଚିକିତ୍ସା ପଦ୍ଧତି ଆଦୃତ ହେବାରେ ଲାଗିଛି । ଏଲୋପାଥିକ୍ ଯୁଗରେ ବି ଏହି ଚିକିତ୍ସା ପଦ୍ଧତିର ବଢୁଛି ଲୋକପ୍ରିୟତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The disease is cured without surgery or medication. | Argus News