Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏଣିକି ଲୋୟର PMG ନୁହେଁ ରାଜଭବନ ମାର୍ଗରେ ସପରିବାର ରହିବେ ମୁଖ୍ୟମନ୍ତ୍ରୀ

Odisha

ଏଣିକି ଲୋୟର PMG ନୁହେଁ ରାଜଭବନ ମାର୍ଗରେ ସପରିବାର ରହିବେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ଏଣିକି ଲୋୟର PMG ନୁହେଁ ରାଜଭବନ ମାର୍ଗରେ ସପରିବାର ରହିବେ ମୁଖ୍ୟମନ୍ତ୍ରୀ

ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଠିକଣା । ଏଣିକି ଲୋୟର PMG ନୁହେଁ ରାଜଭବନ ମାର୍ଗରେ ସପରିବାର ରହିବେ ମୁଖ୍ୟମନ୍ତ୍ରୀ । ବିଜେପି ସରକାରର ୮ ମାସ ପରେ ଆଜି ସରକାରୀ ବାସଭବନରେ ଗୃହପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ସକାଳ ୧୦ଟା ୪୭ରେ ଗୃହପ୍ରବେଶର ଶୁଭ ସମୟ ଥିବାବେଳେ ବୈଦିକ ରୀତିନୀତିରେ ହୋଇଥିଲା ପୂଜାର୍ଚ୍ଚନା। ପ୍ରଥମେ ଗୋ ମାତା ନନ୍ଦା ଓ ନନ୍ଦିନୀଙ୍କର ପ୍ରବେଶ ହୋଇଥିଲା । ଇଏ ସେହି ପ୍ରଜାତିର ଗୋମାତା ଯିଏ ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ରହନ୍ତି, ଆଉ ଯାହାଙ୍କ ବାବଦରେ କିଛି ଦିନ ପୂର୍ବରୁ ସୂଚନା ଦେଇଥିଲେ ପଶୁପାଳନ ମନ୍ତ୍ରୀ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପୁରୀ ଜଗନ୍ନାଥ ମନ୍ଦିରର ପୂଜକମାନେ ବେଦ ପାଠ କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗୃହ ପ୍ରବେଶ ଉତ୍ସବରେ ସାମିଲ ହୋଇଥିଲେ ୧୧ ଜଣ ପଣ୍ଡିତ ।


ଦୀର୍ଘ ୨୬ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ରହୁନଥିଲେ ମୁଖ୍ୟମନ୍ତ୍ରୀ । ଅଭିଯୋଗ ପ୍ରକୋଷ୍ଠରେ ବି ପୂର୍ବ ମୁଖ୍ୟମନ୍ତ୍ରୀ ନବୀନଙ୍କର ଦେଖାମିଳୁନଥିଲା। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସରକାରୀ ବାସଭବନରେ ରହିବେ ଆଉ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବେ । ସନତାନ ଧର୍ମର ବାସ୍ତୁ ବିଚାର ଅନୁସାରେ ନିର୍ମିତ ହୋଉଛି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଜେପି ସରକାର ଗଠନର ୮ ମାସ ପରେ ଏହି ବାସଭବନ ନିର୍ମାଣ ସରିବା ପରେ ଆଜି ଗୃହ ପ୍ରବେଶ ହୋଇଥିବା ବେଳେ ୫ରୁ୬ ଦିନ ପରେ ମୁଖ୍ୟମନ୍ତ୍ରୀ ସପରିବାର ଏହି ବାସଭବନରେ ରହିବେ ବୋଲି ସୂଚନା ମିଳିଛି। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Sponsored
The-Chief-Minister-will-now-be-staying-with-his-family-at-Raj-Bhavan-Marg-not-Lower-PMG. | Argus News