ଆସନ୍ତାକାଲି କୋଟିଏ ୬୩ ହଜାରଙ୍କୁ ଦିଆଯିବ ଦ୍ବିତୀୟ କିସ୍ତି

ଅନ୍ତର୍ଜାତୀୟ ମହିଳା ଦିବସରେ ଆହୁରି ସଶକ୍ତ ହେବେ ମହିଳା
ଆସନ୍ତାକାଲି କୋଟିଏ ୬୩ ହଜାରଙ୍କୁ ଦିଆଯିବ ଦ୍ବିତୀୟ କିସ୍ତି
ଗୋଟିଏ ଦିନରେ ୫ ହଜାର କୋଟି ଦେବେ ସରକାର
ବ୍ରହ୍ମପୁର ଆମ୍ବପୁଆରୁ ଅର୍ଥ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ବିଜ୍ଞାପନ ମାଧ୍ୟମରେ ସରକାରଙ୍କ ଅପିଲ୍- ଗୋଟିଏ ସୁଭଦ୍ରା, ଗୋଟିଏ ଦୀପ
ରାଜ୍ୟ ସରକାରଙ୍କ ସବୁଠାରୁ ଲୋକାଭିମୁଖୀ ଯୋଜନା ସୁଭଦ୍ରା। ଯେଉଁଥିରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହୋଇସାରିଲେଣି । ମହିଳାମାନେ ଆର୍ଥିକ ଭାବେ ସ୍ବାବଲମ୍ବୀ ହେବା ସହ ସାମାଜିକ ସମ୍ମାନ ବି ପାଉଛନ୍ତି । ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କୋଟିଏ ୬୩ ହଜାରଙ୍କୁ ଦିଆଯିବ ଦ୍ବିତୀୟ କିସ୍ତି । ଗୋଟିଏ ଦିନରେ ୫ ହଜାର କୋଟି ପ୍ରଦାନ କରିବେ ସରକାର । ଯାହା ଅର୍ଥନୀତି ଉପରେ ଏକ ବଡ଼ ପ୍ରଭାବ ପକାଇବ । ସୁଭଦ୍ରା ଯୋଜନା ପାଇଁ ଘରେ ଘରେ ସୁଭଦ୍ରା ଦୀପ ଜାଳି ମହିଳା ସଶକ୍ତିକରଣର ଏ ପର୍ବ ପାଳିବାକୁ ବିଜ୍ଞାପନ ମାଧ୍ୟମରେ ଆହ୍ବାନ ଦେଇଛନ୍ତି ସରକାର । ଏଥିପାଇଁ ସୁଭଦ୍ରା ହିତାଧିକାରୀମାନେ ଘରେ ଘରେ ଦୀପ ଜାଳୁଛନ୍ତି ।
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ସାଙ୍ଗକୁ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ପାଇଁ ରହିଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ସୁଭଦ୍ରା ଯୋଜନା ମହିଳାଙ୍କ ଆତ୍ମବିଶ୍ବାସ ବଢ଼ାଇବା ସହ ସେମାନଙ୍କୁ ପ୍ରୋତ୍ସାହିତ କରୁଛି । ଗତ ନିର୍ବାଚନରେ ବିଜେପି ପ୍ରଚାରର ବଡ଼ ଅସ୍ତ୍ର ଥିଲା `ସୁଭଦ୍ରା' । ଯାହାକୁ ଏକ ବ୍ରାଣ୍ଡ ଭାବେ ତିଆରି କରାଯାଇଥିଲା । ଏହା ଭାଙ୍ଗିଦେଇଥିଲା ବିଜେଡିର ଭୋଟ୍ ବ୍ୟାଙ୍କ । ଆସନ୍ତାକାଲି ବ୍ରହ୍ମପୁର ଆମ୍ବପୁଆ ବିବେକ ବିହାର ପଡ଼ିଆରେ ଦ୍ବିତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବି ଉପସ୍ଥିତ ରହିବେ ।
କୋଟିଏରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଲାଭାନ୍ବିତ କରୁଥିବା ଗୋଟିଏ ଯୋଜନା ହେଉଛି ସୁଭଦ୍ରା । ମହିଳାଙ୍କୁ ସଶକ୍ତ, ସମୃଦ୍ଧ ଓ ସ୍ବାବଲମ୍ବୀ କରିବାର ନାରା ଦେଇ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ।