Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ

Odisha

ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ

ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ଆଜି ବି ସରଗରମ ରହିବ ଗୃହ। ମାର୍ଚ୍ଚ ୫ ତାରିଖରେ ପାଳନ ହେଉଥିବା ପଞ୍ଚାୟତିରାଜ ଦିବସକୁ ଜାତୀୟ ପଞ୍ଚାୟତିରାଜ ଦିବସ ଅର୍ଥାତ ଏପ୍ରିଲ ୨୪ରେ ରାଜ୍ୟ ସରକାର ପାଳନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ବିରୋଧ କରୁଛି ବିଜେଡି। ସେହି ପ୍ରସଙ୍ଗକୁ ନେଇ ଆଜି ଗୃହରେ ହଙ୍ଗାମା କରିପାରେ ବିଜେଡି । ଯାହାକୁ ନେଇ ଗୃହରେ ଅଚଳାବସ୍ଥା ଦେଖାଦେବାର ସମ୍ଭାବନା ରହିଛି। ସେପଟେ ପ୍ରଶ୍ନକାଳରେ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଶିଳ୍ପ, ଦକ୍ଷତା ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି। ଅପରାହ୍ନ ଅଧୀବେଶନରେ ବିଧାନସଭା ର ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟି ରିପୋର୍ଟ ଉପସ୍ଥାପନ ହେବ।


ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ରେ ଆରମ୍ଭ ହୋଇଥିଲା। ଫେବ୍ରୁଆରୀ ୧୭ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବଜେଟ୍ ଉପସ୍ଥାପନ କରିଥିଲେ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ୨୧ ଫେବ୍ରୁଆରୀ ଯାଏଁ ଚାଲିଥିଲା ।


ସେପଟେ ରାଜ୍ୟର ହିତ ପାଇଁ ଚାଲେ ବିଧାନସଭା। ପ୍ରସ୍ତୁତ ହୁଏ ନୀତି,ସରକାରୀ ଯୋଜନା ଓ ଲୋକଙ୍କ ସମସ୍ୟାକୁ ନେଇ ଆଲୋଚନା ହୁଏ,ସରକାରଙ୍କ ଦୋଷ ଦୁର୍ବଳାକୁ ସାମନାକୁ ଆଣିବା ସହ ଲୋକଙ୍କ ସ୍ବାର୍ଥ ପାଇଁ ସ୍ୱର ଉଠାନ୍ତି ବିରୋଧୀ । କିନ୍ତୁ ଅଧିକାଂଶ ସମୟରେ ବିଧାନସଭାରେ ନୀରବ ରହୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କେବଳ ନୀରବ ରହୁଛନ୍ତି ତାହା ନୁହଁ ବିଧାନସଭାରେ ଅନୁପସ୍ଥିତ ରହୁଛନ୍ତି ।

ଫାଙ୍କା ରହୁଛି ତାଙ୍କ ଚୌକି । ୧୭ତମ ବିଧାନସଭାର ପ୍ରଥମ ଅଧିବେଶନରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଉପନେତା କେତେ ଦିନ ଉପସ୍ଥିତ ରହିଛନ୍ତି ତାହାର ତଥ୍ୟ ମାଗିଥିଲେ ସୂଚନା ଅଧିକାର କର୍ମୀ। ଏହି ତଥ୍ୟ ଉପରେ ଟିକେ ନଜର ପକାନ୍ତୁ ୧୭ତମ ବିଧାନସଭାର ପ୍ରଥମ ଅଧିବେଶନରେ ୨୫ଟି କାର୍ଯ୍ୟଦିବସ ଥିଲା ।
ଏହି ୨୫ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୪ଟି କାର୍ଯ୍ୟ ଦିବସରେ ଉପସ୍ଥିତ ରହିଛନ୍ତି , ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମାତ୍ର ୬ଦିନ ଉପସ୍ଥିତ ରହିଛନ୍ତି , ବିଡମ୍ୱନାର ବିଷୟ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ମାତ୍ର ଗୋଟିଏ ଦିନ ବିଧାନସଭା ଆସିଛନ୍ତି ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନକୁ ଏଡାଇବା ପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ବିଧାନସଭା ନଆସିପାରନ୍ତି । କିନ୍ତୁ ବିରୋଧୀ ଦଳର ନେତା ଓ ବିଧାୟକ ବିଧାନସଭାରେ ଶାସକ ଦଳକୁ ଘେରିଥାନ୍ତି । ହେଲେ, ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଚୌକି ଫାଙ୍କା ପଡିବା ଆଲୋଚନାର ବିଷୟ ହୋଇଛି ।

ବିଜେଡି ଏନେଇ ମୁହଁ ଖୋଲିନଥିବାବେଳେ ନିୟମିତ ବିଧାନସଭା ଆସିବାକୁ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ , ଶୁକ୍ରବାରଠାରୁ ଓଡିଶା ବିଧାନସଭାର ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନର ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି । ତେବେ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ନା ପୂର୍ବ ଭଳି ଚୌକି ପାଙ୍କା ପଡିବ ତା ଉପରେ ରହିଛି ସମସ୍ତଙ୍କର ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The second phase of the Legislative Assembly Budget Session begins today. | Argus News