Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାକିଡ଼ିଖୁନା ଗ୍ରାମରେ ପୁଣି କଲରାପତରିଆ ବାଘ ଆତଙ୍କ

Ritu Das
Browse all articles by Ritu Das
·1 year ago
ମାକିଡ଼ିଖୁନା ଗ୍ରାମରେ ପୁଣି କଲରାପତରିଆ ବାଘ ଆତଙ୍କ

ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ରହିଥିବା ଛତିଶଗଡ ଅନ୍ତର୍ଗତ କାଙ୍କେର ଜିଲ୍ଲାର ଦୁଧବା ଓ ମାକିଡ଼ିଖୁନା ଗ୍ରାମରେ ପୁଣି କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି l ଦିନ ଦ୍ବିପହରରେ ଦୁଧବା ଗ୍ରାମରେ ଜଣେ ଶିକ୍ଷକଙ୍କ ଘରେ ପଶିଥିବା ସମୟରେ ଛତିଶଗଡ଼ ବନ କର୍ମଚାରୀ ତାକୁ ଧରିବାକୁ ଏକ ଜାଲ ବିଛାଇ ଥିଲେ।


ଉକ୍ତ ବାଘଟି ଜାଲରୁ ଖସି ଯିବାପରେ ରାତିରେ ନିକଟସ୍ଥ ମାକିଡ଼ିଖୁନା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ କୁକୁଡ଼ା ଖାଇବାକୁ କାନ୍ଥ ଡେଇଁ ପଶିଥିବା ଦୃଶ୍ୟ ସିସିଟିଭି ଫୁଟେଜରୁ ଜଣା ପଡ଼ିଛି l ଉଭୟ ଗ୍ରାମରେ ଗତକାଲି ବାଘକୁ ନେଇ ହୋଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tiger-terrorizes-Makidikhuna-village-again | Argus News