Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - Top-10 : ଚୁଟକିରେ ପଢନ୍ତୁ ଆଜିର ଗୁରୁତ୍ଵପୂର୍ଣ୍ଣ ଖବର

Odisha

Top-10 : ଚୁଟକିରେ ପଢନ୍ତୁ ଆଜିର ଗୁରୁତ୍ଵପୂର୍ଣ୍ଣ ଖବର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
Top-10 : ଚୁଟକିରେ ପଢନ୍ତୁ ଆଜିର ଗୁରୁତ୍ଵପୂର୍ଣ୍ଣ ଖବର

01. ବିଜେଡିରେ ଟିକଟ କଳି । ପୁରୁଣା ନୁହେଁ ବରଂ ଆମଦାନୀ ନେତାଙ୍କୁ ନେଇ ପ୍ରାର୍ଥୀ କରୁଥିବାରୁ ଦଳରେ ତେଜୁଛି ଅସନ୍ତୋଷ

02. ଏପଟେ ବିଜେଡିରେ ସାମିଲ ହୋଇଛନ୍ତି ଗଣେଶ୍ବର ବେହେରା । ଆଜି ସେ ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଛନ୍ତି । ତାଙ୍କର ଅନେକ ସମର୍ଥକ ମଧ୍ୟ ଶଙ୍ଖ ଧରିଛନ୍ତି 

03. ସେପଟେ ଗଣେଶ୍ବର ବେହେରାଙ୍କୁ ନେଇ ବିଜେଡିରେ ଅସନ୍ତୋଷ । ଚେତାବନୀ ଶୁଣାଇଲେ କେନ୍ଦ୍ରାପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଆଶାୟୀ 

04. ବିଜେଡିରେ ଯୋଗଦେଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । 

05. ରାଜ୍ୟରେ ବିଭିନ୍ନ ସ୍ଥାନରେ ଅସହ୍ୟ ତାତିରୁ ମିଳିଛି ଆଶ୍ବସ୍ତି । କେନ୍ଦୁଝର, ବଣାଇ ଆଦି ଅଞ୍ଚଳରେ ମେଘୁଆ ପାଗ ରହିଛି । କିଛି ଦିନର ତାତି ପରେ ଆଜି କେନ୍ଦୁଝର ଲୋକଙ୍କୁ ଟିକେ ଆଶ୍ବସ୍ତି ମିଳିଛି

06. ଦେବଗଡ଼ରେ ଧର୍ମେନ୍ଦ୍ରଙ୍କ ପାୱାର ସୋ' । ଲୋକଙ୍କ ସହ ମିଶିଲେ, ବାଇକ ରାଲି କରି ଶକ୍ତି ପ୍ରଦର୍ଶନ କଲେ

07. ଢେଙ୍କାନାଳର ପ୍ରସିଦ୍ଧ ବରା ପାଇଁ ଆଜି ଦିନଟିଏ । ଯାହାକୁ ବରା ଦିବସ ଭାବେ ପାଳୁଛନ୍ତି ଢେଙ୍କାନାଳ ସହରବାସୀ

08. ଜେଜେଙ୍କ ଶୁଦ୍ଧିକ୍ରିୟା ବେଳେ ନଦୀରେ ବୁଡ଼ି ନାତି ନିଖୋଜ । ତୁଳସୀପୁର ହାତୀଗଡ଼ା ନିକଟ ମହାନଦୀରେ ବୁଡ଼ି ନିଖୋଜ

09. ଚିଲିକାରୁ ଲଢ଼ିବେ କି ପ୍ରସନ୍ନ ପାଟ୍ଟଶାଣୀ? ଟିକେଟ୍ ମିଳିବା ଚର୍ଚ୍ଚା ଭିତରେ ନବୀନ ନିବାସରେ ପ୍ରସନ୍ନ ପାଟ୍ଟଶାଣୀ । ୫ ଟି ଅଧ୍ୟକ୍ଷ ଓ ସାଂଗଠନିକ ସମ୍ପାଦକଙ୍କ ସହ 

10. ଯେ କୌଣସି ମୁହୂର୍ତ୍ତରେ ଆସିପାରେ ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା । ବାଲେଶ୍ୱର ଲୋକସଭା ସହ ବାକି ବିଧାନସଭା ପାଇଁ ହୋଇପାରେ ପ୍ରାର୍ଥୀ ଘୋଷଣା

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Top 10 News This Day | Argus News