Tragic End / ବାସନ୍ଦ ପାଇଁ ୪ ଦିନ ପଡ଼ି ରହିଲା ଶବ: ୫୦୦ ଟଙ୍କାର ଜରିମାନା ବଢ଼ି ହେଲା ୪୦ ହଜାର
·1 hour ago·2 min read

Key Points
ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବିଂଝୁଆ ଗ୍ରାମର ମାଝୀସାହିରେ ଅଭାବନୀୟ ଘଟଣା
ଗାଁରୁ ବାସନ୍ଦ ପାଇଁ ୪ ଦିନ ପଡ଼ି ରହିଲା ଶବ
ଶ୍ମଶାନରେ ସତ୍କାର ପାଇଁ ମିଳିଲାନି ଅନୁମତି
୫୦୦ ଟଙ୍କାର ଜରିମାନା ବଢ଼ି ହେଲା ୪୦ ହଜାର
'ଆଦିବାସୀ ସେଙ୍ଗେଲ ଅଭିଯାନ' ସହାୟତାରେ ରାଇରଙ୍ଗପୁର ମୁକ୍ତିଧାମରେ ହେଲା ଶବ ସତ୍କାର
ଗାଁରୁ ବାସନ୍ଦ ପାଇଁ ୪ ଦିନ ପଡ଼ି ରହିଲା ଶବ
ଶ୍ମଶାନରେ ସତ୍କାର ପାଇଁ ମିଳିଲାନି ଅନୁମତି
୫୦୦ ଟଙ୍କାର ଜରିମାନା ବଢ଼ି ହେଲା ୪୦ ହଜାର
'ଆଦିବାସୀ ସେଙ୍ଗେଲ ଅଭିଯାନ' ସହାୟତାରେ ରାଇରଙ୍ଗପୁର ମୁକ୍ତିଧାମରେ ହେଲା ଶବ ସତ୍କାର
ଏମିତି ବି ହୁଏ। ମରିଗଲା ମାନବିକତା। ଜରିମାନା ପାଇଁ ହୋଇପାରିଲାନି ଶବ ସତ୍କାର। ବାସନ୍ଦ ପାଇଁ ଦୀର୍ଘ ୪ ଦିନ ପରେ ଶବ ସତ୍କାର। ୫୦୦ ଟଙ୍କାର ଜରିମାନା ୪ ବର୍ଷରେ ବଢ଼ି ୪୦ ହଜାର ଟଙ୍କା ହୋଇଛି। ଏହି ଜରିମାନା ଦେଇନଥିବାରୁ ଗାଁ ଶ୍ମଶାନରେ ଶବ ସତ୍କାର କରିବାକୁ ଦିଆଯାଇନଥିବା ଅଭିଯୋଗ। ପରିବାର ଏବଂ ଗ୍ରାମବାସୀଙ୍କ ପାଖରେ ପୋଲିସ ପହଞ୍ଚି କରିପାରିଲାନି ସମାଧାନ। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବିଂଝୁଆ ଗ୍ରାମର ମାଝୀସାହିରେ ଘଟିଥିବା ଅଭିଯୋଗ ହୋଇଛି। ଶେଷରେ ଆଦିବାସୀ ସେଙ୍ଗେଲ ଅଭିଯାନର ସହଯୋଗରେ ରାଇରଙ୍ଗପୁର ଖଡ଼ଖାଇ ନଦୀକୂଳସ୍ଥିତ ମୁକ୍ତିଧାମରେ ମୃତକଙ୍କ ଶବ ସତ୍କାର କରାଯାଇଛି । ଏଖବର ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି କରିଛି ଭୟର ବାତାବରଣ।''
.କଣ ଘଟିଥିଲା ପୁରା ଘଟଣା:
ବିଂଝୁଆ ଗ୍ରାମର କାରୁ ସୋରେନ୍ଙ୍କ କଟକ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ୧୮ ସେପ୍ଟେମ୍ବରରେ ମୃତ୍ୟୁ ଘଟିଥିଲା। ପରଦିନ ସନ୍ଧ୍ୟାରେ ପରିବାର ଲୋକେ ମୃତଦେହକୁ ଗାଁକୁ ଆଣିଥିଲେ। ବିଳମ୍ବିତ ରାତି ହୋଇଯାଇଥିବାରୁ ସେଦିନ ଶବ ସତ୍କାର ହୋଇପାରିନଥିଲା। ପରଦିନ ପରିବାର ଲୋକେ ଗାଁ ଶ୍ମଶାନରେ ଶବ ସତ୍କାର କରିବାକୁ ଚାହିଁଥିଲେ। କିନ୍ତୁ ଗ୍ରାମବାସୀ ସହଯୋଗ କରିନଥିବା ଏବଂ ଗାଁ ଶ୍ମଶାନରେ ଶବ ସତ୍କାର କରିବାକୁ ବାରଣ କରିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକଙ୍କ ସାନ ଝିଅଙ୍କ କହିବା ଅନୁଯାୟୀ, ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୂର୍ବରୁ ଗ୍ରାମବାସୀଙ୍କ ପକ୍ଷରୁ ବାସନ୍ଦ କରାଯାଇଥିଲା।''
ଏଥିସହ ପଢ଼ନ୍ତୁ: ୨୪ ଘଣ୍ଟାରେ ଗଭୀର ଅବପାତର ରୂପ ନେବ ବାତ୍ୟା; ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହି ବାସନ୍ଦ ପରିବାରର ଜଣେ ବ୍ୟକ୍ତିଙ୍କ ସହ କାରୁ ସୋରେନ୍ କଥା ହୋଇଥିବାରୁ ୨୦୨୨ ମସିହାରେ ତାଙ୍କ ପରିବାରକୁ ମଧ୍ୟ ଗାଁରୁ ବାସନ୍ଦ କରାଯାଇଥିଲା।ସେତେବେଳେ ୫୦୦ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଥିଲା, ଯାହା ୪ ବର୍ଷ ମଧ୍ୟରେ ବଢ଼ି ୪୦ ହଜାର ଟଙ୍କା ହୋଇଥିଲା। ଏହି ଜରିମାନା ଟଙ୍କା ପରିବାର ଦେଇନଥିବାରୁ ଗାଁ ଶ୍ମଶାନରେ ମୃତକଙ୍କ ଶବ ସତ୍କାରକୁ ବାରଣ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । 'ଆଦିବାସୀ ସେଙ୍ଗେଲ ଅଭିଯାନ' ସହାୟତାରେ ରାଇରଙ୍ଗପୁର ମୁକ୍ତିଧାମରେ ହେଲା ଶବ ସତ୍କାର। ଏଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦୁଃଖ ଦେଇଛି।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories