Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାତ୍ରପଡା ଅଞ୍ଚଳରେ ଦୁଇଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Smruti Parija
Browse all articles by Smruti Parija
·1 year ago·1 min read
ପାତ୍ରପଡା ଅଞ୍ଚଳରେ ଦୁଇଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ରାଜଧାନୀରେ ବୁଲିଲା ଖଣ୍ଡା । ଭୁବନେଶ୍ବର ପାତ୍ରପଡା ଅଞ୍ଚଳରେ ଦୁଇଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଆହତ ଅବସ୍ଥାରେ AIMS ମେଡିକାଲରେ ଭର୍ତ୍ତି । ଘଟଣାସ୍ଥଳରେ ତମାଣ୍ଡୋ ଥାନା ପୋଲିସର ଛାନଭିନ୍ । ମାରଣାସ୍ତ୍ରରେ ଦୁର୍ବୁତ୍ତ ମାନେ ଆକ୍ରମଣ କରିଥିବା ଅଭିଯୋଗ । କାହିଁକି, କିଏ ଏଭଳି ଆକ୍ରମଣ କଲା ତାର କାରଣ ଅସ୍ପଷ୍ଟ ରହିଛି ।


ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ସାମନାକୁ ଆସିଛି । ଯେଉଁଠି ଦୁର୍ବୃତ୍ତମାନେ ଦିନ ଦି ପହରରେ ଆକ୍ରମଣ କରିବାକୁ ପଛାଉନାହାନ୍ତି । ଚୋରି , ମର୍ଡର ଭଳି ଘଟଣା ରାଜଧାନୀରେ ଯେମିତି ନିତିଦିନିଆ ଖବର ପାଲଟିଲାଣି । କେଉଁଠି କିଏ ଚେନ୍ ଝାମ୍ପି ନେଉଛି ତ କିଏ ଗୋଡେଇ ଗୋଡେଇ ହାଣୁଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିକଟରେ ରସୁଲଗଡ ଓଭରବ୍ରିଜ୍ ରେ ହୋଇଥିବା ହତ୍ୟା ଘଟଣା ରାଜଧାନୀବାସୀଙ୍କ ମନରୁ ଲିଭି ନଥିବାବେଳେ ଏବେ ପୁଣି ସେହିଭଳି ଏକ ମରଣାତ୍ମକ ଆକ୍ରମଣ ।


ଭୁବନେଶ୍ୱର ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି । ଭୁବନେଶ୍ୱରରେ ରହିବାକୁ ଲୋକେ ବେଶୀ ପସନ୍ଦ କରୁଥିବାବେଳେ ଏହିଭଳି ଘଟଣା ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି ।

Sponsored
Two youths fatally attacked in Patrapada area | Argus News