Videos
|
Odisha

Vigilance Raid / CRFM ଯୋଜନାରେ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ଅଭିଯୋଗ, ୩ ଗିରଫ

Rashmita Mishra
Browse all articles by Rashmita Mishra
·1 hour ago·1 min read
CRFM ଯୋଜନାରେ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ଅଭିଯୋଗ, ୩ ଗିରଫ
Vigilance Raid

Key Points

ଭିଜିଲାନ୍ସ ଜାଲରେ ୨ ସିଡିଏଓ ଏବଂ ଏନଜିଓ ନିର୍ଦ୍ଦେଶକ
୨୫ ଲକ୍ଷରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ଗିରଫ
CRFM ଯୋଜନା ଦୁର୍ନୀତି
ବାଲେଶ୍ୱରର ବରିଷ୍ଠ କୃଷି ଅଧିକାରୀ ଓ ଏନଜିଓ ମୁଖ୍ୟ ଗିରଫ

ସରକାରୀ ଯୋଜନାରେ ଦୁର୍ନୀତି ଓ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା । CRFM (କମ୍ପ୍ରିହେନସିଭ୍ ରାଇସ୍ ଫାଲୋ ମ୍ୟାନେଜମେଣ୍ଟ) ଯୋଜନା ଅଧୀନରେ ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କା ସରକାରୀ ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ଭିଜିଲାନ୍ସ ତିନି ଜଣଙ୍କୁ ଗିରଫ କରିଛି ।

ଗିରଫ ବ୍ୟକ୍ତିମାନେ ହେଲେ ବାଲେଶ୍ୱରର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (CDAO) ବିଶ୍ୱଜିତ୍ ପଣ୍ଡା, ପୂର୍ବତନ CDAO ସରୋଜ କୁମାର ଗିରି ଏବଂ ବାରିପଦାସ୍ଥିତ 'ଶକ୍ତି ଶିଖା' ଏନଜିଓର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାରେ CRFM ଯୋଜନା ମାଧ୍ୟମରେ ମୁଗ ଓ ବିରି ଚାଷର ପ୍ରୋତ୍ସାହନ ପାଇଁ ସରକାରୀ ଅର୍ଥ ଆବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟର ରୂପାୟନ ପାଇଁ 'ଶକ୍ତି ଶିଖା' ଏନଜିଓକୁ ଏଜେନ୍ସି ଭାବେ ଚୟନ କରାଯାଇଥିଲା ।

ତେବେ ଭିଜିଲାନ୍ସ ତଦନ୍ତରେ ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, କ୍ଷେତ୍ରସ୍ତରରେ କାର୍ଯ୍ୟର ଯାଞ୍ଚ ନକରି ଅଧିକାରୀମାନେ ଏନଜିଓ ସହ ମିଶି ମିଥ୍ୟା ବିଲ୍ ପ୍ରସ୍ତୁତ କରିଥିଲେ । ଏହାଦ୍ୱାରା ମୋଟ ୨୫,୦୩,୨୪୯ ଟଙ୍କାର ସରକାରୀ ଅର୍ଥ ହଡ଼ପ ହୋଇଥିବା ତଦନ୍ତରୁ ଜଣାପଡ଼ିଥିବା ଅଭିଯୋଗ ହୋଇଛି ।

ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରି ଭିଜିଲାନ୍ସ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯାଇଛି । ସରକାରୀ କୃଷି ଯୋଜନାର ଅର୍ଥ ବିନିଯୋଗରେ ସ୍ୱଚ୍ଛତା ଓ ଦାୟିତ୍ୱବୋଧକୁ ନେଇ ଏହି ଘଟଣା ପୁଣିଥରେ ପ୍ରଶ୍ନ ଉଠାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: