Videos
|
Odisha

ଭଦ୍ରକ ମେଡିକାଲରେ ଲିଫ୍ଟରେ ଚାପି ହୋଇ ମହିଳା ମୃତ

Rashmita Mishra
Browse all articles by Rashmita Mishra
·1 year ago·1 min read
ଭଦ୍ରକ ମେଡିକାଲରେ ଲିଫ୍ଟରେ ଚାପି ହୋଇ ମହିଳା ମୃତ

ଭଦ୍ରକ ମେଡିକାଲରେ ଲିଫ୍ଟରେ ଚାପି ହୋଇ ମହିଳା ମୃତ୍ୟୁ ଘଟଣା । ତଦନ୍ତ ପାଇଁ ଉପ-ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ କମିଟି ଗଠନ ହୋଇଛି । ଏହି ଘଟଣାରେ ଯିଏ ବି ଦୋଷୀ ବାହାରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୃତକଙ୍କ ପରିବାର ଲୋକଙ୍କୁ ସରକାରଙ୍କ ତରଫରୁ ୮ ଲକ୍ଷ ଟଙ୍କା ସହାୟତା ରାଶି ବିଭିନ୍ନ ଫଣ୍ଡରୁ ଦିଆଯିବ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି କହିଛନ୍ତି ବିଧାୟକ ଓ ଜିଲ୍ଲାପାଳ। ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଟାଉନ ପୋଲିସ ମୁତୟନ ରହିଛନ୍ତି।

ସୂଚନା ମୁତାବକ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ରାନ୍ଦିଆ ପଞ୍ଚାୟତ ନରସିଂହପୁର ଗ୍ରାମର ମିନତୀ ପରିଡାଙ୍କ ଥଣ୍ଡା ଜ୍ୱର ହୋଇଥିବାରୁ ପରିବାରଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ଆଣିଥିଲେ । ମେଡିଶିନ ବିଭାଗର ୨ ମହଲାରେ ଥିବା ମହିଳା ୱାର୍ଡରେ ସେ ଆଡମିଶନ ହୋଇଥିଲେ । ଡାକ୍ତର ଦେଖିବା ପରେ କଟକ ସ୍ଥାନାନ୍ତର ପାଇଁ କହିଥିଲେ । ଲିଫ୍ଟରେ ଆସିବା ପାଇଁ ଲିଫ୍ଟକୁ ଯାଉଥିବା ବେଳେ ହଠାତ ଲିଫ୍ଟ ଉପରକୁ ଉଠିଥିଲା ।

ଫଳରେ ମିନତୀ ଚାପି ହୋଇ ଯାଇଥିଲେ । ସାଙ୍ଗରେ ଥିବା ତାଙ୍କ ବୋହୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଲିଫ୍ଟରେ କୌଣସି ଷ୍ଟାଫ ନ ଥିବାରୁ ଏପରି ଆଘଟଣ ଘଟିଥିଲା । ଏହାକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି । ତାଙ୍କ ପରିବାର ପକ୍ଷରୁ ଲିଫ୍ଟ ଷ୍ଟାଫଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ କ୍ଷତିପୂରଣ ଦାବି କରାଯାଇଛି । ଟାଉନ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ପୋଲିସ ମୁତୟନ ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: