Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 24ରେ ବଦଳିଲା 24 ବର୍ଷର ସରକାର

Odisha

24ରେ ବଦଳିଲା 24 ବର୍ଷର ସରକାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
24ରେ ବଦଳିଲା 24 ବର୍ଷର ସରକାର

ଅର୍ଗସ ବ୍ୟୁରୋ:  ଦଳର 28 ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଥମ ଥର ବିଜେଡି ପରାଜୟର କାରଣ କହିବା ସହ ବିଜେପିକୁ ଦାୟୀ କରିଛନ୍ତି ଦଳପତି ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଆମର ଭୁଲ୍‌ ହେଲା ଆମେ ବିଜେପି ମିଛର ଠିକ୍‌ ଭାବରେ Counter କରି ପାରିଲୁ ନାହିଁ । ସେମାନଙ୍କ Negative campaign ଓ Social Media ରେ False narratives ର ଠିକ୍‌ ଭାବରେ ଆମେ Counter କରି ପାରିଲୁ ନାହିଁ ।" ତେଣୁ Social Media ରେ ସକ୍ରିୟ ରହି ବିଜେପିର False narrative ର ଉଚିତ୍‌ ଜବାବ ଦେବା ପାଇଁ କର୍ମୀଙ୍କୁ ଦେଇଥିଲେ ପରାମର୍ଶ । ତେବେ ନବୀନଙ୍କ ଏହି ଅଭିଯୋଗର କଡା କାଉଣ୍ଟର କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନଙ୍କ 24 ବର୍ଷ ଶାସନର କାର୍ଯ୍ୟ ସହ ବିଜେପି ସରକାରର 6 ମାସ କର୍ଯ୍ୟାକୁ ତୁଳନା କରି ଧର୍ମେନ୍ଦ୍ର କହିଛନ୍ତି କାହାଦ୍ବାରା ଦିଆଯାଇଥିବା ଲେଖା ପଢି ଦେଇଥିବେ ନବୀନ ପଟ୍ଟନାୟକ ।


ବିଜେଡି ହାରିବାର କାରଣ, ଛଅ ମାସ ପରେ ନବୀନଙ୍କ କହିବା ଆଉ ବିଜେପିର ନ୍ୟାରେଟିଭ୍ କୁ କାହଣ୍ଟର କରି ନ ପାରିବାକୁ ଦାୟୀ କରିବା ରାଜ୍ୟରେ ସୃଷ୍ଟି କରିଛି ରାଜନୈତିକ କମ୍ପନ । ନବୀନ ଓ ଧର୍ମେନ୍ଦ୍ର ମୁହାଁମୁହିଁ ହୋଇଥିବା ବେଳେ ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ନବୀନଙ୍କ ନିଜ ଅଞ୍ଚଳର ଭୋଟର ଏବଂ ରାଜନୈତିକ ସମୀକ୍ଷକ ।
୨୪ ନିର୍ବାଚନରେ ବିଜେଡିରେ ନିର୍ବାଚନ ମଣ୍ଡଳୀ ଓ୍ବାରୀ ପାଣ୍ଡିଆନଙ୍କ ସମାନ୍ତରଳ ସଙ୍ଗଠନ ଫର୍ମୁଲା ଓ ସାମ୍ନାକୁ ଆସି ଦଳର କମାଣ୍ଡ ଧରିବା, ବ୍ୟୁରୋକ୍ରାଶି ଶାସନ, ବଢିଥିବା ଦୁର୍ନିତି ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନା, ପ୍ରଭୁ ଜଗନ୍ନାଥଙ୍କ ଚାରି ଦ୍ବାରା ଓ ରତ୍ନ ଭଣ୍ଡାର ନ ଖୋଲିବା ଓ ଭଳି ଘଟଣା କ୍ରମ ରାଜନୈତିକ ପ୍ରସଙ୍ଗ ହୋଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

24 ବର୍ଷ ନିରଙ୍କୁଶ ଶାସନ ପରେ ବି ଦଳକୁ ଜଣେ ଅଣ ଓଡିଆ ଲୋକ ଫ୍ରଣ୍ଟ ଫୁଟ୍ ରୁ ଚଳାଇବା ଆଉ ନେତା ମନ୍ତ୍ରୀ ମାନେ ଟେଣ୍ଟ ବାନ୍ଧିବା ସହ ଟ୍ରାଫିକ୍ ଜଗୁଆଳି ସାଜିବା କେବଳ ଓଡିଆ ଲୋକ ମାନଙ୍କୁ ବ୍ୟଥିତ କରି ନଥିଲା ବରଂ ବିଜେଡିର ଅନେକ ପ୍ରତିଷ୍ଠାତା ସଦସ୍ୟ, ଆଗ ଧାଡିର ନେତା ଓ ତୃଣମୂଳ ସ୍ତରର କର୍ମୀଙ୍କୁ ବି ପ୍ରଭାବିତ କରିଥିଲା । 24 ବର୍ଷର ଶାସନରେ ମୌଳିକ ସୁବିଧା ସୁଯୋଗରୁ ବଂଚିତ ଭୋଟରଙ୍କ ମଧ୍ୟରେ ନବୀନ ସରକାର ବିରୋଧରେ ଜନହାୱା ବି ବୋହିଥିଲା।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
A 24-year-old government changed in 2024 | Argus News