କାନ୍ଥ ଭୁଶୁଡି ଚାଲିଗଲା ୨ୟ ଶ୍ରେଣୀର ଛାତ୍ରୀ

ଆଖି ସାମ୍ନାରେ ଚାଲିଗଲା ନାତୁଣୀର ଜୀବନ। ଏ ଦୁଃଖ ଭଗବାନ କାହାକୁ ନଦିଅନ୍ତୁ। କିଏ ଜାଣିଥିଲା ମୃତ୍ୟୁ ଏମିତି ଆସିବ ବୋଲି। ଆନନ୍ଦପୁର ଉପଖଣ୍ଡ, ନନ୍ଦିପଦା ଥାନା ବଡରମ୍ପାସ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ସକାଳୁ ସକାଳୁ ପରୀକ୍ଷା ଦେବାକୁ ବାହାରିଥିବା ୨ୟ ଶ୍ରେଣୀ ଛାତ୍ରୀ ଉପରେ ଘର କାନ୍ଥ ଭୁଷୁଡି ପଡିବାରୁ ତାର ମୃତ୍ୟୁ ଘଟିଛି। ସୂଚନା ଅନୁଯାଇ ଗ୍ରାମର ଆନନ୍ଦ ସାହୁଙ୍କ ୮ବର୍ଷୀୟ ନାତୁଣୀ ସ୍ନେହଲତା ନିକଟସ୍ଥ ସ୍କୁଲରେ ୨ୟ ଶ୍ରେଣୀରେ ପଢେ। ପୂର୍ବରୁ ସ୍ନେହଲତାର ବାପା ନାହାନ୍ତି। ବାପାଙ୍କ ମୃତ୍ୟୁ ପରେ ଅଜା ଘରେ ରହୁଥିଲା ସ୍ନେହଲତା। ଆଜି ବାର୍ଷିକ ପରୀକ୍ଷା ଦେବାକୁ ସଜବାଜ ହୋଇ ବାହାରୁ ଥିବା ବେଳେ ଅଚାନକ ତାଙ୍କ ଘରର ମାଟିକାନ୍ଥ ତା ଉପରେ ଭୁଷୁଡି ପଡ଼ିଥିଲା।
ଆନନ୍ଦଙ୍କ ଚାଳଘର ଛପର ହେଉଥିବାରୁ ଉପସ୍ଥିତ ଗ୍ରାମବାସୀମାନେ ତାକୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଏଥିରେ ଆନନ୍ଦଙ୍କ ୫ବର୍ଷୀୟ ନାତି ମଧ୍ୟ ଆହତ ହୋଇଛି। ଏଘଟଣା ପରେ ପରିବାରରେ ଦୁଃଖର ଛାଇ ଖେଳିଯାଇଛି। କାନ୍ଦବୋବାଳିରେ ଘର ଫାଟିପଡୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: