Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍ , ଥିଲେ ୫୦ ଯାତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍ , ଥିଲେ ୫୦ ଯାତ୍ରୀ

Key Points

ଭାରସାମ୍ୟ ହରାଇ ତଳକୁ ଖସିଲା ବସ୍

ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ଔପଦା ବଡ଼ସାହିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବସ୍

ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍ । ବସ୍‌ରେ ଥିଲେ ୫୦ ଜଣ ଯାତ୍ରୀ । ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଗଲା ଯାତ୍ରୀବାହୀ ବର୍ଷ । ବିଟି ଏଣ୍ଡ ବିଟି ଏକ ଯାତ୍ରୀବାହୀ ବସ୍ ଔପଦା ବଡ଼ସାହିରୁ ଭୁବନେଶ୍ୱର ଅଭିମୁଖେ ବରପଦା-ଆଗରପଡ଼ା ରାସ୍ତା ଦେଇ ଯାଉଥିଲା । ଏହି ସମୟରେ ଧୋବାଗଡିଆ ରାସ୍ତା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଧସି ଯାଇଥିବା ବେଳେ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଥିଲା ବସ୍ ।


ତେବେ ବସ୍‌ରେ ଯାତ୍ରା କରୁଥିବା ୫୦ ଜଣ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ହେଲେ ବସ୍‌ଟି ରାସ୍ତା କଡରେ ଫସି ରହିଛି । ତେବେ ଆଗରପଡ଼ା-ବରପଦା ପୂର୍ତ୍ତ ବିଭାଗ ରାସ୍ତାର ମରାମତି କାର୍ଯ୍ୟ ଚାଲିଥିବା ଯୋଗୁଁ ଲଗାଣ ବର୍ଷା ଫଳରେ ରାସ୍ତାର ଅବସ୍ଥା ବେହାଲ ହୋଇପଡିଛି l ଫଳରେ ଏହି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର୍ ରହିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A 50 passenger bus overturned | Argus News