Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛେଳି ଚରେଇବାକୁ ଯାଇ ଘରକୁ ଫେରିନି ପୁଅ, ୮ ଦିନ ହେବ ମିଳୁନି ପତ୍ତା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଛେଳି ଚରେଇବାକୁ ଯାଇ ଘରକୁ ଫେରିନି ପୁଅ, ୮ ଦିନ ହେବ ମିଳୁନି ପତ୍ତା

Key Points

ସପ୍ତମ ଶ୍ରେଣୀରେ ପଢୁଥିବା ନାବାଳକ କୁନି ପୁଅର ନିଖୋଜ ଥିବା ନେଇ ବାରମ୍ବାର ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ପୋଲିସ ଚୁପଚାପ ରହୁଥିବା ନେଇ ପୋଲିସର ଭୂମିକାକୁ ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି ।

ଛେଳି ଚରାଇବାକୁ ଯାଇ ଘରକୁ ଫେରିନି ପୁଅ । ପୁଅର ବାଟକୁ ଚାହିଁ ଚାହିଁ ଅପେକ୍ଷା କରିଛନ୍ତି ପରିବାର ଲୋକେ । ଆଠ ଦିନ ପରେ ମଧ୍ୟ ନାବାଳକ ପୁଅର ମିଳୁନାହିଁ ପତ୍ତା ବୋଲି ପରିବାର ଲୋକ ଙ୍କ ଅଭିଯୋଗ । ଟିଟିଲାଗଡ଼ ଥାନା ହାଟପଦା (ଗୋଶାଳା ପଡା ) 14 ନମ୍ବର ୱାର୍ଡ ର ଚେରୁ ପୋଢ଼ ଙ୍କ ନାବାଳକ ଛେଳି ଚରାଇବାକୁ ଯାଇ ଆଉ ଘରକୁ ଫେରିନ ଥିବା ନେଇ ଟିଟିଲାଗଡ଼ ପୋଲିସ ପାଖରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ର ହାତ ଖାଲି ଥିବା ନେଇ ଚିନ୍ତା ରେ ପରିବାର ଲୋକେ ରହିଛନ୍ତି ।


ସପ୍ତମ ଶ୍ରେଣୀରେ ପଢୁଥିବା ନାବାଳକ କୁନି ପୁଅର ନିଖୋଜ ଥିବା ନେଇ ବାରମ୍ବାର ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ପୋଲିସ ଚୁପଚାପ ରହୁଥିବା ନେଇ ପୋଲିସର ଭୂମିକାକୁ ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି । ଅନ୍ୟପଟେ ନାବାଳକ ନିଖୋଜ ଅଛନ୍ତି ନାଁ କିଏ ହତ୍ୟା କରିଦେଲା ତାହାକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A 7th class student missing from 8 days | Argus News