Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୌଦ୍ଧରୁ ଆସିଲା କିଟ୍ ନାଁରେ ବେଆଇନ ଜମି ଦଖଲର ବଡ଼ ଅଭିଯୋଗ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ବୌଦ୍ଧରୁ ଆସିଲା କିଟ୍ ନାଁରେ ବେଆଇନ ଜମି ଦଖଲର ବଡ଼ ଅଭିଯୋଗ

ଜମି ହଡ଼ପ ଏଜେଣ୍ଡା ନେଇ ୨୦୧୯ରେ କନ୍ଧମାଳ ଯାଇଥିଲେ କି ଅଚ୍ୟୁତ !
ବୌଦ୍ଧରୁ ଆସିଲା କିଟ୍ ନାଁରେ ବେଆଇନ ଜମି ଦଖଲର ବଡ଼ ଅଭିଯୋଗ
ଆଦିବାସୀଙ୍କ ଜମି ଉପରେ ଥିଲା କି ସାମନ୍ତଙ୍କ ଲୋଲୁପ ଦୃଷ୍ଟି ?
ଆଦିବାସୀଙ୍କୁ ପାଠପଢା ବାହାନାରେ ବିଦେଶରୁ ଆଣୁଛନ୍ତି କି ପାଣ୍ଠି ?
ପାଠ ବାହାନାରେ ଆଦବାସୀଙ୍କୁ ଧର୍ମାନ୍ତରୀକରଣର ଥିଲା କି ଟାର୍ଗେଟ୍ ?
ହିନ୍ଦୁ ସଂଗଠନର ଅଭିଯୋଗ ଅଚ୍ୟୁତ ସାଜିଛନ୍ତି ମିଶନାରୀଙ୍କ ଏଜେଣ୍ଟ


କେବଳ ଭୁବନେଶ୍ବରରେ ନୁହେଁ କିଟ୍ ଓ ଅଚ୍ୟୁତଙ୍କ ଜମି କେଳେଙ୍କାରୀର ଚେର ଲମ୍ବିଛି ବୈଦ୍ଧ ପର୍ଯ୍ୟନ୍ତ। ଇଏ ହେଉଛି ବୌଦ୍ଧ ଜିଲ୍ଲା ଲୁଣିବାହାଲରେ ନିର୍ମାଣ ହୋଇଥିବା କିସ ବିଦ୍ୟାଳୟ । ଏହି ବିଦ୍ୟାଳୟ ରାସ୍ତା ଗୋଚର ଜମି ଉପରେ ନିର୍ମାଣ ହୋଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଏଥିସହ ସ୍କୁଲରେ ସ୍ଥନୀୟ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନାଁ ଲେଖାଇବାରେ ଚଞ୍ଚକତା କରାଯିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉନଥିବା ନେଇ ଆସିଛି ଅଭିଯୋଗ। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି ବିଜେଡି ସାଂସଦ ଥିବା ଯୋଗୁଁ ଅଚ୍ୟୁତ କିମ୍ବା କିସ୍ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ନବୀନ ସରକାର। ଏବେ ସରକାର ବଦଳିଥିବା ବେଳେ କିସ୍ ବିଦ୍ୟାଳୟ ବିରୋଧରେ ଆକ୍ସନ ଦାବିରେ ବିକ୍ଷେଭ କରିଛନ୍ତି ସ୍ଥାନୀୟ ଲୋକେ।

ସେହିପରି କଣ୍ଟାମାଲରେ ବି ପୁର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଜମି କେଳେଙ୍କାରୀ ନେଇ ଅଭିଯୋଗ। ସାସଂଦ ଥିବା ବେଳେ ନିଜ କ୍ଷମତାର ଦୂରୁପଯୋଗ କରି କଣ୍ଟାମାଲ ବ୍ଲକ ରଙ୍ଗପାଳି ନିକଟରେ ଶିଳ୍ପ ପାଇଁ ଉଦ୍ଧିଷ୍ଟ ସରକାରୀ ଜମିକୁ କିଟ୍ ନାଁରେ ଲିଜ ନେଇ ଏକ ଘୋରୋଇ ଚିକିତ୍ସାଳୟ ନିର୍ମାଣ କରୁଛନ୍ତି I ନିର୍ବାଚନ ପ୍ରଚାର ସମୟରେ ଅଚ୍ୟୁତ ଏଠାରେ ଏକ ସଭାକରି ଆଦିବାସୀ ସ୍କୁଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ I ଉଚିତ ତଦନ୍ତ କରି ଏହି ଜମି ଚଞ୍ଚକତା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

୨୦୧୯ରେ ବିଜେଡି ଟିକେଟରେ ନିର୍ବାଚନ ଲଢି କନ୍ଧମାଳରୁ ଲୋକସଭା ଯାଇଥିଲେ ଅଚ୍ୟୁତ ସାମନ୍ତ । ତାଙ୍କର କନ୍ଧମାଳ ଯିବା ପଛରେ ଥିଲା କି ଜମି ହଡ଼ପର ଏଜେଣ୍ଡା। ଆଦିବାସୀଙ୍କ ଜମି ଉପରେ ଥିଲା କି ସାମନ୍ତଙ୍କ ଲୋଲୁପ ଦୃଷ୍ଟି। ହିନ୍ଦୁ ସଂଗଠନଗୁଡ଼ିକ ପକ୍ଷରୁ ଅଚ୍ୟୁତଙ୍କ ବିରୋଧରେ ଆସିିଛି ସାଂଘାତିକ ଅଭିଯୋଗ। ବିଦେଶୀ ଷଡ଼ଯନ୍ତ୍ରର ଏଜେଣ୍ଟ ସାଜି ଅଚ୍ୟୁତ କନ୍ଧମାଳ ଯାଇଥିଲେ। ଆଉ ଆଦିବାସୀ ପିଲାଙ୍କୁ ପାଠ ପଢାଇବା ବାହାନାରେ ଧର୍ମାନ୍ତରୀକରଣ କରିବା ତାଙ୍କ ମୁଖ୍ୟ ଏଜେଣ୍ଡା ଥିାଲ ବୋଲି ହୋଇଛି ଅଭିଯୋଗ।

ଏକଦା ଖ୍ରୀଷ୍ଟିଆନ୍ ମିଶନାରୀମାନେ ବି ସମାନ ଉଦ୍ଦେଶ୍ୟ ନେଇ ଯାଇଥିଲେ ଆଫ୍ରିକା ମହାଦେଶ। ସେମାନଙ୍କ ହାତରେ ଥିଲା ବାଇବେଲ ଓ ଆଫ୍ରିକୀୟ ନାଗରିକଙ୍କ ପାଖରେ ଥିଲା ପ୍ରଚୁର ଜମି। କିନ୍ତୁ ପରବର୍ତ୍ତି ସମୟରେ ଆଫ୍ରିକା ଅଧିବାସୀଙ୍କ ହାତରେ ବାଇବେଲ ଧରାଇ ସେମାନଙ୍କର ଜମି ହଡପ କରିଥିଲେ ମିଶନାରୀ। ଅଚ୍ୟୁତ ସାମନ୍ତଙ୍କର ବି ସମାନ ଉଦ୍ଦେଶ୍ୟ ଥିଲା ବୋଲି ହୋଇଛି ସାଂଘାତିକ ଅଭିଯୋଗ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A big complaint of illegal land occupation in the name of KIIT came from Boudh | Argus News