Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SI Scam / 'BJD ସମୟରେ ହୋଇଥିଲା ବଡ଼ ଷଡ୍‌ଯନ୍ତ୍ର'

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
'BJD ସମୟରେ ହୋଇଥିଲା ବଡ଼ ଷଡ୍‌ଯନ୍ତ୍ର'

Key Points

ଶଙ୍କର ପୃଷ୍ଟିର ଏଭଳି ବୟାନ ପରେ, ଏବେ ପ୍ରଶ୍ନ ଉଠୁଛି ବିଜେଡି ଶାସନରେ କିଏ କରିଥିଲା ହଜାରେ କୋଟିର ଡିଲ୍ ?

SI ଚାକିରି କେଳେଙ୍କାରୀର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ବଡ଼ ଖୁଲାସା । ଭୁବନେଶ୍ୱରରେ ପହଞ୍ଚିବା ପରେ ଦେଇଛି ଚାଞ୍ଚଲ୍ୟକର ବୟାନ । କହିଲା ବିଜେଡି ସରକାର ସମୟରେ ହୋଇଥିଲା ବଡ଼ ଷଡ୍‌ଯନ୍ତ୍ର । ବିଜେଡି ଶାସନରେ ହୋଇଥିଲା ୧୦୦୦ କୋଟିର ଡିଲ । ଖାଲି ସେତିକି ନୁହେଁ, ଶଙ୍କର ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଆହୁରି କହିଛି, 'ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି । ଆଗୁଆ ବେଲ ପାଇଁ ହାଇକୋର୍ଟରେ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ବି ଫାଇଲ୍ କରିଥିଲି । ଗୋଟିଏ ମାସ ସମୟ ଦେଇଥିଲେ ମୁଁ ନିଜେ ସରେଣ୍ଡର କରିଥାନ୍ତି । ମୋ ପତ୍ନୀଙ୍କ ନାଁରେ କୌଣସି କେସ୍‌ ନାହିଁ । ଗିରଫ ହୋଇଥିବା ଆଶୟୀଙ୍କ ସହ ମୋର କିଛି ଯୋଗାଯୋଗ ନାହିଁ' ।

ଶଙ୍କର ପୃଷ୍ଟିର ଏଭଳି ବୟାନ ପରେ, ଏବେ ପ୍ରଶ୍ନ ଉଠୁଛି ବିଜେଡି ଶାସନରେ କିଏ କରିଥିଲା ହଜାରେ କୋଟିର ଡିଲ୍ ? ଏସଆଇ ପରୀକ୍ଷା କେଳେଙ୍କାରୀ ପଛରେ ବଡ଼ ବିଜେଡି ଲିଙ୍କ୍ ଥିବା ସନ୍ଦେହ । ଏବେ ସମସ୍ତଙ୍କ ନଜର, କି ପଦକ୍ଷେପ ନେବେ ସରକାର ? କ'ଣ କରିବ କ୍ରାଇମବ୍ରାଞ୍ଚ ?

ଗତକାଲି ନେପାଳ ସୀମା ଉତ୍ତରାଖଣ୍ଡ ଅଞ୍ଚଳରୁ ଶଙ୍କରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । ଘଟଣା ସାମ୍ନାକୁ ଆସିବା ପରଠାରୁ ଆତ୍ମଗୋପନ କରିଥିଲା ଶଙ୍କର ପୃଷ୍ଟି । ଶଙ୍କର ପୃଷ୍ଟି ସହ ତା'ର ସ୍ତ୍ରୀ ଦୀପ୍ତିମୟୀଙ୍କୁ ବି ଗିରଫ କରିଛି କ୍ରାଇମବ୍ରାଞ୍ଚ । ପୋଲିସ SI ପରୀକ୍ଷା ଘୋଟାଲାର ମାଷ୍ଟରମାଇଣ୍ଡ ହେଉଛି ଶଙ୍କର ପୃଷ୍ଟି । ତାର କଳା କାରନାମାର ପର୍ଦ୍ଦାଫାସ୍ କରିଥିଲା ଅର୍ଗସ । ପରୀକ୍ଷାର୍ଥୀଙ୍କ ଟଙ୍କାରେ ଅୟସ କରୁଥିଲା ଶଙ୍କର ପୃଷ୍ଟି । ବିଭିନ୍ନ ଜାଗାରେ ସେ କିଣିଛି ଦାମୀ ଜମି, ଅର୍ଗସ ହାତରେ ଲାଗିଥିଲା ଏକ୍ସକ୍ଲୁସିଭ୍ ଦସ୍ତାବିଜ୍।

ଦିନ ମଜୁରିଆଙ୍କ ପୁଅ କେମିତି ଶହେ କୋଟିର ମାଲିକ ହେଲା ? ଗାଁରେ ଟାଉଟରୀ କରୁଥିବା ଶଙ୍କର କେମିତି ବନିଗଲା ପ୍ରଶ୍ନପତ୍ର କେଳେଙ୍କାରୀର ସର୍ଦ୍ଦାର। ପଞ୍ଚସଫ୍ଟ ସିଲିକନ୍ ନେକ୍ସସର ବଡ଼ ପ୍ରମାଣ ଅର୍ଗସରେ ହାତରେ ଲାଗିଥିଲା । ଏସଆଇ ନିଯୁକ୍ତି କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ୧୨୩ ଜଣଙ୍କୁ ଗିରଫ କରିଥିଲା । ମାସକ ପରେ ଗତ ୩୦ ତାରିଖରେ ଜାମିନରେ ଜେଲରୁ ବାହାରିଥିଲେ ୧୧୪ ଜଣ ପରୀକ୍ଷାର୍ଥୀ । ତେବେ ଶଙ୍କରର ସହଯୋଗୀ ମୁନା ମହାନ୍ତି ସହ ୯ ଦଲାଲ ଜେଲରେ ଅଛନ୍ତି ।

ସେପ୍ଟେମ୍ବର ୨୯ ତାରିଖରେ ଭୁବନେଶ୍ୱରରୁ ଶ୍ରୀକାକୁଲମ ଅଭିମୁଖେ ଯାଉଥିବା ତିନିଟି ବସକୁ ଅଟକାଇ ଏସଆର ପରୀକ୍ଷାର ଆଶାୟୀଙ୍କୁ ଧରି କେଳେଙ୍କୀରୀର ଗୁମର ଖୋଲିଥିଲା ପୋଲିସ। ଅକ୍ଟୋବର ୧ରେ ଏମାନେ ଗିରଫ ହୋଇ କୋର୍ଟ ଫରୱାର୍ଡ ହୋଇଥିଲେ । ପ୍ରଥମେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ସରକାର । ପରେ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।

ଏବେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ ହୋଇଥିବାବେଳେ ଶ୍ରୀକାକୁଲମ ମଡ୍ୟୁଲର ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି, ଦୀଘା ମଡ୍ୟୁଲ ଅଭିଯୁକ୍ତି ଅରବିନ୍ଦ ଦାସ, ମୁନା ମହାନ୍ତିଙ୍କୁ ନିଜ ଫାର୍ମହାଉସରେ ଆଶ୍ରୟ ଦେଇଥିବା ବିଜେଡି ନେତା ଅଭିମନ୍ୟୁ ଦୋରା । ଶ୍ରୀକାନ୍ତ ମହାରଣା, ବିଶ୍ବରଂଜନ ବେହେରା, ପ୍ରିୟଦର୍ଶନୀ ସାମଲ ପ୍ରମୁଖ ଜେଲରେ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SI Scam | 'A big conspiracy took place during the BJD era' | Argus News