Videos
|
Odisha

ଆଳୁ ବାକ୍ସରୁ ବାହାରିଲା ବିରାଟ ବଡ଼ ଅଜଗର

Ritu Das
Browse all articles by Ritu Das
·2 years ago·1 min read
ଆଳୁ ବାକ୍ସରୁ ବାହାରିଲା ବିରାଟ ବଡ଼ ଅଜଗର

ଅର୍ଗସ ବ୍ୟୁରୋ: ଏକ ଆଳୁ ବାକ୍ସ ଭିତରୁ ୮ ଫୁଟ୍‌ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହେବା ପରେ ମହାରାଷ୍ଟ୍ରର ଚନ୍ଦ୍ରପୁରରଠାରେ ଭୟର ଆତଙ୍କ ଖେଳିଯାଇଛି। ଚନ୍ଦ୍ରପୁର ନିକଟ ଲୋହରାର ଏକ ହୋଟେଲରେ ରଖାଯାଇଥିବା ଆଳୁ ବାକ୍ସ ଭିତରେ ଏହି ବିରାଟ ସାପଟିକୁ ଦେଖି ଲୋକ ଭୟଭୀତ ହୋଇ ଯାଇଥିଲେ। ଏହାକୁ ନେଇ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ସାପଟି ଆଳୁ ଉପରେ ଗୁଡ଼େଇ ହୋଇ ଶୋଇରହିଛି।

ହୋଟେଲ କର୍ମଚାରୀ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଜଣେ ଆଳୁ ଆଣିବାକୁ ଯାଇଥିବା ବେଳେ ସାପଟିକୁ ପ୍ରଥମେ ଦେଖିବାକୁ ପାଇଥିଲେ। ସେ ଆଳୁ କାଢ଼ିବାକୁ ବାକ୍ସ ଖୋଲିବାରୁ ଏକ ବିରାଟକାୟ ସାପ ଜାକିଜୁକି ହୋଇ ସେଠାରେ ଶୋଇଥିବାର ଦେଖିବାକୁ ପାଇଥିଲେ। ସାପଟିକୁ ଦେଖିବା ପରେ ଅନେକ କର୍ମଚାରୀ ଭୟରେ ହୋଟେଲ୍‌ ଛାଡ଼ି ‌ଦୌଡ଼ି ପଳାଇଥିବା ବେଳେ ବାକ୍ସରେ ସାପ ଥିବା ଖବର ତୁରନ୍ତ ହୋଟେଲ ଏବଂ ପୂରା ଅଞ୍ଚଳରେ ବ୍ୟାପିଗଲା। ହୋଟେଲ ମାଲିକ ଏ ସଂପର୍କରେ ତୁରନ୍ତ ସ୍ଥାନୀୟ ସାପ ଧରାଳିଙ୍କୁ ସୂଚନା ଦେଇଥିଲେ। ଯିଏ ଆସିବା ପରେ ସାପକୁ ଆଳୁ ବାକ୍ସରୁ କାଢ଼ି ଏକ ଅଖା ଭିତରକୁ ନେଇ ଯାଇଥିଲେ।

ସେହିଭଳି ଶନିବାର ଦିନ ଲକ୍ଷ୍ନୌର ଏକ ପାୱାର ହାଉସରେ ଏକ ବିଶାଳ ଅଜଗର ଅଟକି ରହିଥିବାର ଦେଖିବାକୁ ମିଳିଥିବା ବେଳେ ଏହାର ମାତ୍ର ୨ ଦିନ ପରେ ଏହି ଘଟଣା ଘଟିଛି। ଅଜଗର ଉଦ୍ଧାର କରିବା ପାଇଁ ଅଧିକାରୀମାନଙ୍କୁ ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ପଡିଥିଲା। ବିଦ୍ୟୁତ୍ ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ସାପକୁ ସେଠାରୁ ହଟାଇବା ପାଇଁ ଉଦ୍ଧାର କାର୍ଯ୍ୟ କରିଥିଲେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
A big python | Argus News