ଦିନବେଳର କିଛି ଲାଟେଷ୍ଟ ଅପଡେଟ ସଂକ୍ଷେପରେ

Key Points
ଭୁବନେଶ୍ବର AIIMS ହସ୍ପିଟାଲରେ ଜୀବନ ମରଣ ସହ ପୀଡ଼ିତାଙ୍କ ସଂଘର୍ଷ
କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ହଷ୍ଟେଲରେ ବିଷାକ୍ତ ଖାଦ୍ୟ ଖାଇ ୪୦ରୁ ଅଧିକ ଛାତ୍ର ଅସୁସ୍ଥ
ମାଲକାନଗିରିରେ ଓ୍ବେବ ଚ୍ୟାନେଲ ସାମ୍ବାଦିକଙ୍କୁ ହତ୍ୟା
() ଭୁବନେଶ୍ବର AIIMS ହସ୍ପିଟାଲରେ ଜୀବନ ମରଣ ସହ ପୀଡ଼ିତାଙ୍କ ସଂଘର୍ଷ... ସ୍ବତନ୍ତ୍ର ଡାକ୍ତରୀ ଟିମ୍ କରୁଛନ୍ତି ଚିକିତ୍ସା.. ଆବଶ୍ୟକ ପଡିଲେ କରାଯାଇପାରେ ଏୟାରଲିଫ୍ଟ... ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର... ଏମ୍ସ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ... ଛାତ୍ରୀଙ୍କ ପରିବାରକୁ ଯୋଗାଇ ଦିଆଯିବ ସମସ୍ତ ସହାୟତା...
() ଭୁବନେଶ୍ବର AIIMSରେ ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ଏମସ ନିର୍ଦ୍ଦେଶକଙ୍କ ସୂଚନା... ୯୫ ପ୍ରତିଶତ ପୋଡି ଯାଇଛି, ଆଗାମୀ ୨୪ ଘଣ୍ଟା ପୀଡ଼ିତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ... ICU ଭେଣ୍ଟିଲେଟରରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ କରୁଛନ୍ତି ଚିକିତ୍ସା...
() କାହିଁକି ଆତ୍ମାହୁତି ଉଦ୍ୟମ କଲେ FM କଲେଜ ଛାତ୍ରୀ ?... ତଦନ୍ତ ପାଇଁ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କଲା ଉଚ୍ଚଶିକ୍ଷା ବିଭାଗ... ଗିରଫ ନିଲମ୍ବିତ HOD ଓ କଲେଜ କର୍ତ୍ତୃପକ୍ଷଙ୍କ କ'ଣ ଥିଲା ଭୂମିକା, ହେବ ଖୋଳତାଡ଼...
() ଜଳେଶ୍ଵର ୬୦ ନଂ ଏନଏଚ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା... ୟୁଟର୍ଣ୍ଣ ନେଉଥିବାବେଳେ ଟ୍ରକ୍ ଧକ୍କା ଦେବାରୁ ଓଲଟି ପଡିଲା ଯାତ୍ରୀବାହୀ ବସ୍... ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜଳେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
() କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ହଷ୍ଟେଲରେ ବିଷାକ୍ତ ଖାଦ୍ୟ ଖାଇ ୪୦ରୁ ଅଧିକ ଛାତ୍ର ଅସୁସ୍ଥ... ୨୦ରୁ ଅଧିକ ଛାତ୍ର କଟକ ବଡ଼ ମେଡିକାଲ ଡାଇରିଆ ୱାର୍ଡରେ ଭର୍ତ୍ତି... ସ୍ବତନ୍ତ୍ର ଡାକ୍ତରୀ ଟିମ୍ କରୁଛନ୍ତି ଚିକିତ୍ସା...
() ମାଲକାନଗିରିରେ ଓ୍ବେବ ଚ୍ୟାନେଲ ସାମ୍ବାଦିକଙ୍କୁ ହତ୍ୟା....ମୋଟୁ ଥାନା ଅଧିନ ମୁରଲୀଗୁଡ଼ା ଗାଁରେ ୫ ଦୁର୍ବୃତ୍ତ ଖଣ୍ଡାରେ ହାଣିଥିବା ସୂଚନା... ମୃତ ସାମ୍ବାଦିକଙ୍କ ନାଁ ସି.ଏଚ ନରେଶ...୩ ଜଣ ସାମ୍ବାଦିକ ଓ ୨ ଜଣ ଯୁବକ ରାସ୍ତାରେ କଥାବାର୍ତ୍ତା ହେଉଥିବା ବେଳେ ହୋଇଥିଲା ଆକ୍ରମଣ...
() ରାଜ୍ୟସଭା ଲାଗି ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ... ଉଜ୍ଜ୍ବଳ ନିକମ, ହର୍ଷବର୍ଦ୍ଧନ ଶ୍ରିଙ୍ଗଲା, ଡ. ମୀନାକ୍ଷୀ ଜୈନ ଓ ସି. ସଦାନନ୍ଦ ମସ୍ତୈ ମନୋନୀତ...
() ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ....ରବିବାର ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ ନେଇଛନ୍ତି....ଦୀର୍ଘ ଦିନରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ
() ଆସନ୍ତା ୫ ଦିନ ଭିଜିବ ସାରା ଓଡ଼ିଶା... ବିଜୁଳି ଘଡ଼ଘଡ଼ି ବର୍ଷା ପାଇଁ ଆଜି ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ... ୧୭ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ...
() ଲର୍ଡସ୍ ଟେଷ୍ଟ୍ ପ୍ରଥମ ପାଳି ଟାଇ: ରାହୁଲ, ପନ୍ତ୍, ଜାଡ଼େଜା ସମ୍ମାନ ରଖି ସ୍ଥିତି ବରାବର ରଖିଲେ...ଇଂଲଣ୍ଡର ୩୮୭ ରନ୍ ଜବାବରେ ଭାରତ ମଧ୍ୟ ସମାନ ୩୮୭ ରନ୍ କରି ସମସ୍ତ ୱିକେଟ୍ ହରାଇଛି।