Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସକାଳର କିଛି ହଟକେ ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ସକାଳର କିଛି ହଟକେ ଖବର ସଂକ୍ଷେପରେ...

୧- ଆଜି ହେଉଛି କୁମ୍ଭ ସଂକ୍ରାନ୍ତି....ଶ୍ରୀମନ୍ଦିର ରତ୍ନସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ.....ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିବେ....ଗରୁଡ଼ ଉପରେ ବସି ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ ଠାକୁରେ
୨- ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଓ ଝିଅ ଜନ୍ମ ହେଲେ ମିଳିବ 12 ହଜାର ଟଙ୍କା….ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା….ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି….ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ମିଳିବ ଏହି ସହାୟତା ...
୩- ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ବି ଦିଆଯିବ ମଧ୍ୟାହ୍ନ ଭୋଜନ... ନିଷ୍ପତ୍ତି ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ଲଗାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା... ମୋହନ କହିଲେ ଡ୍ରପ ଆଉଟ୍ ହ୍ରାସ ଦିଗରେ ହେବ ବଡ଼ ପଦକ୍ଷେପ... କଟକ ରାଣୀହାଟ ହାଇସ୍କୁଲର ବାର୍ଷିକ ଉତ୍ସବରେ ଯୋଗଦେଇ 5ଟି ନାଁରେ ରଙ୍ଗବୋଳାକୁ ନେଇ ପୂର୍ବ ସରକାରକୁ ସିଏମ୍ କଲେ ସମାଲୋଚନା...
୪- ଆସନ୍ତା ୧୮ ରୁ ଯୁକ୍ତ ୨ ପରୀକ୍ଷା ... ଆଜି ଦକ୍ଷିଣ ଓ ପଶ୍ଚିମ ଓଡିଶା ଅଧୀନରେ ଆସୁଥିବା ପରୀକ୍ଷା ହବ୍‌କୁ ଯିବ ଯୁକ୍ତ ୨ ପରୀକ୍ଷା ପ୍ରଶ୍ନ ପତ୍ର ... ଚଳିତ ଥର ହୋଇଛି ୨୦୫ ପରୀକ୍ଷା ହବ୍‌ … ୧୦ଟି ରୁଟ ଦେଇ କଡ଼ା ସୁରକ୍ଷାରେ ଯିବ ପରୀକ୍ଷା ପ୍ରଶ୍ନପତ୍ର ...
୫- କୋଣାର୍କ ବଢ଼େଇ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା....ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପିଣ୍ଡିରେ ପିଟି ହେଲା ବାଇକ....ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୩ ଜଣକର ମୃତ୍ୟୁ ହୋଇଛି....ମୃତକ ୩ଜଣ ହେଲେ ଚାରିଛକ ଅଞ୍ଚଳର.....ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଦୁର୍ଘଟଣା
୬- ଅନୁଗୁଳ ନିଶା ଥାନାର ସାନ କେରେଜାଙ୍ଗ ଗାଁରେ ଅଭାବନୀୟ ଘଟଣା … ସାମାନ୍ୟ ବଚସାରୁ ଘର ଆଗରେ ଖେଳୁଥିବା ନାବାଳକଙ୍କୁ ଗୁଳିମାଡ଼ … ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର … ନିଶା ଥାନା ପୋଲିସର ତଦନ୍ତ ଆରମ୍ଭ …
୭- ଭାରତରେ ହେବ ପରବର୍ତ୍ତୀ AI ସମ୍ମିଳନୀ...। ଫ୍ରାନ୍ସ AI ଆକ୍ସନ ଶିଖର ସମ୍ମିଳନୀରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି….ଦ୍ରୁତ ଗତିରେ ବିକାଶ କରୁଛି କୃତ୍ରିମ ବୁଦ୍ଧିମତ୍ତା...AIର ଭବିଷ୍ୟତ ସମସ୍ତଙ୍କ ପାଇଁ ଭଲ...ମଣିଷ ସମାଜ ବିକାଶରେ ଲାଗିବା ଦରକାର ଏହି ଟେକ୍ନୋଲୋଜି...
୮- ମହାକୁମ୍ଭରେ ଆଜି ମାଘ ପୂର୍ଣ୍ଣିମା ସ୍ନାନ ... ଆସ୍ଥାର ବୁଡ଼ ପକାଇବା ପାଇଁ ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ …. ପଞ୍ଚମ ଅମୃତ ସ୍ନାନ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା … ସଙ୍ଗମ କୂଳରେ ଭକ୍ତମାନଙ୍କ ଉପରେ ହେଲିକପ୍ଟରରୁ ଫୁଲ ବର୍ଷା…. ବର୍ତ୍ତମାନ ସୁଦ୍ଧା କୁମ୍ଭମେଳାରେ ୪୬କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ବୁଡ ....
୯- ଆଜି ଅହମ୍ମଦାବାଦରେ ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ…. ସିରିଜ କ୍ଲିନ ସ୍ବିପ କରିବା ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ… ବିରାଟ କୋହଲିଙ୍କ ଫର୍ମ ଉପରେ ସମସ୍ତଙ୍କ ନଜର… ସେପଟେ ଚାମ୍ପିଆନ୍ସ ଟ୍ରଫିରୁ ବାଦ ପଡିଲେ ବୁମରା
୧୦- ରାଜ୍ୟରେ କମିବ ଶୀତ, ବଢିବ ରାତି ତାପମାତ୍ରା। ଆସନ୍ତା ଦୁଇ ଦିନରେ ରାତିରେ ପାରଦ ଆଉ ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A brief summary of some of this morning's hot news... | Argus News