Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ମଡ଼ାଇବାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

Ritu Das
Browse all articles by Ritu Das
·1 year ago·1 min read
ପାଣି ମଡ଼ାଇବାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ପାଣି ମଡ଼ାଇବାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ନିର୍ମମ ଭାବେ ହତ୍ୟା କରି ଯୋର ଖଣ୍ଡିରେ ପକାଇଦେଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଅନ୍ତର୍ଗତ ଲୁପୁରସିଂହା ଗାଁରେ । ଗତ ବିଳମ୍ବିତ ରାତିରେ ଗାଁ ନିକଟରେ ଥିବା ଯୋରରୁ ପାଣି ନେବାକୁ ନେଇ ହୋଇଥିଲା ବିବାଦ । ଫଳରେ ଗାଁର କାର୍ତ୍ତିକ ବାରିହାଙ୍କୁ ନିର୍ମମ ଭାବେ ହତ୍ୟା କରି ଅଭିଯୁକ୍ତ ମାନେ ପଳାଇ ଆସିଥିବା ସୂଚନା ମିଳିଛି। ରବି ଚାଷ କରିଥିବା ଚାଷୀମାନେ ଏବେ ପାଣି ଚିନ୍ତାରେ ଥିବାବେଳେ ଯୋରରୁ ଲିଫ୍ଟ ସାହାଯ୍ୟରେ ଚାଷ କରୁଛନ୍ତି ।


ତେବେ ଯୋରର ଜଳସ୍ରୋତ କମି ଥିବାରୁ ଠିକ୍ ଭାବେ ଜଳ ସେଚନ ହୋଇ ପାରୁ ନାହିଁ । ସେଥିପାଇଁ କାର୍ତ୍ତିକ ଏକ ନାଳା କରି ପାଣି ନେବାକୁ ଉଦ୍ୟମ କରିଥିଲେ । ଏଥିରେ ପାଖ ଜମି ମାଲିକ ମନା କରିବାକୁ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ସେମାନେ ଉତକ୍ଷିପ୍ତ ହୋଇ କାର୍ତ୍ତିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଲଛିପୁର ପୋଲିସ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବାବେଳେ ତିନି ଜଣ ଅଭିଯିକୁଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-brutal-murder-for-cenal-water | Argus News