କଟକରେ ଜଣଙ୍କର ଜୀବନ ନେଲା ଷଣ୍ଢ
·1 year ago

ଅର୍ଗସ ବ୍ୟୁରୋ: କଟକରେ ଜଣଙ୍କର ଜୀବନ ନେଲା ଷଣ୍ଢ । କଟକ ବିଡାନାସୀ ନିକଟ ଭୁଆସୁଣୀପଠାରେ ଷଣ୍ଢ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଵା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲିଠାରୁ ବିଡାନାସୀ ଅଞ୍ଚଳରେ ଷଣ୍ଢଟି ମାତିଥିଵା ବେଳେ, ସିଏମ୍ସି ଓ ପୋଲିସ ପକ୍ଷରୁ ପ୍ରୟାସ କରାଯାଇଥିଲେ ମଧ୍ୟ ଷଣ୍ଢଟିକୁ ଆୟତ୍ତ କରାଯାଇପାରିନଥିଲା। ଆଜି ସକାଳୁ ବିଡାନାସୀର ଅକ୍ଷୟ ବେହେରା ନଦୀକୁ ଯାଉଥିଵା ବେଳେ ଭୁଆସୁଣୀ ପଠାରେ ଷଣ୍ଢଟି ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ଅକ୍ଷୟ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରାୟ ପାଞ୍ଚ ଘଣ୍ଟାର ପ୍ରୟାସ ପରେ ଷଣ୍ଢଟିକୁ ଆୟତ୍ତ କରି ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟ ନିଆଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: