Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନଦେଲେ ପଡୋଶୀ ଓଡିଆଙ୍କ ଘରେ ଜଳୁନି ଚୁଲି

Odisha

ନଦେଲେ ପଡୋଶୀ ଓଡିଆଙ୍କ ଘରେ ଜଳୁନି ଚୁଲି

Sangram Tripathy
Browse all articles by Sangram Tripathy
·1 year ago·2 min read
ନଦେଲେ ପଡୋଶୀ ଓଡିଆଙ୍କ ଘରେ ଜଳୁନି ଚୁଲି


ଅର୍ଗସ ବ୍ୟୁରୋ:ଉର୍ବର ମୃତ୍ତିକା,ଦେଶର ଦ୍ବିତୀୟ ସର୍ବାଧିକ ଜଳ ସଂପଦ ଓଡିଶାରେ, ଚାଷୀ ବି ପରିଶ୍ରମୀ କିନ୍ତୁ ଆମ ପାଖରେ ସବୁ ଥାଇବି କାହିଁକି ଆମେ ପରଉପରେ ହେଉଛନ୍ତି ନିର୍ଭରଶୀଳ। ଆଳୁ ପିଆଜ ଡାଲି ତେଲ ଲୁଣ ଏଭଳି କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। କିନ୍ତୁ ପଡୋଶୀ ନ ଦେଲେ ଓଡିଆଙ୍କ ଘରେ ଜଳିବନି ଚୁଲି,କେବଳ ଚାଉଳକୁ ଛାଡି ଦେଲେ ବାକି ସବୁ ହେଉଛି ଆମଦାନୀ, ଥରେ ନଜର ପକାନ୍ତୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବିଧାନସଭା ଉତ୍ତର ଉପରେ। 


ଆଳୁ ପାଇଁ  ଆମେ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଉପରେ ନିର୍ଭରଶୀଳ,ଡାଲି ପାଇଁ ମହାରାଷ୍ଟ୍ର,ଆନ୍ଧ୍ରପ୍ରଦେଶ,ଛତିଶଗଡ଼,ତେଲେଙ୍ଗାନା ଉପରେ ନିର୍ଭରଶୀଳ ଓଡ଼ିଶା
ଲୁଣ ଆସୁଛି ଗୁଜୁରାଟ,ତାମିଲନାଡୁ,ଆନ୍ଧ୍ରପ୍ରଦେଶରୁ,ପିଆଜ ଆସୁଛି ମହାରାଷ୍ଟ୍ର,ଆନ୍ଧ୍ରପ୍ରଦେଶ,କର୍ଣ୍ଣାଟକରୁ, ତେଲ ଆସୁଛି ରାଜସ୍ଥାନ,ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରୁ

ଆଳୁ ପିଆଜରେ ଆତ୍ମନିର୍ଭର ହେବା ପାଇଁ ବିଜେଡି ସରକାର ୨୦୧୫ ଏପ୍ରିଲରେ ଆଳୁ ମିଶନ କରିଥିଲେ। ମିଶନ ଅଧିନରେ ୧୫ ହଜାର ହେକ୍ଟର ଜମିକୁ ବଢାଇ ୭୦ ହଜାର ହେକ୍ଟରେ ଆଳୁ  ଚାଷ କରିବେ ବୋଲି କହିଥିଲେ। ୫୫ଟି ଶୀତଳ ଭଣ୍ଡାର କରିବେ ବୋଲି ମଧ୍ୟ କହିଥିଲେ। ନା ଉତ୍ପାଦନ ବଢିଲା ନା ଶୀତଳ ଭଣ୍ଡାର ହେଲା। ସେହିପରି ପିଆଜ ଉତ୍ପାଦନ ବଢାଇବା ପାଇଁ ପିଆଜ ମିଶନ ବି କଲେ ହେଲେ ସେ ମିଶନ ବି ଅଧାରେ ଅଟକିଗଲା। ଦେଖିବାକୁ ଗଲେ ମିଶନରେ ଚାଷୀଙ୍କୁ ପ୍ରୋତ୍ସାହନ ନ ମିଳିବାରୁ ଫେଲ ମାରିଲେ ସରକାର

ସରକାରୀ ପ୍ରୋତ୍ସାହନ ଅଭାବରୁ ବଢିଲା ନାହିଁ ଚାଷୀଙ୍କ ଆୟ । ଦେଶରେ ଓଡିଶା ଚାଷୀଙ୍କ ଆୟ ତଳ ଆଡୁ ଦ୍ବିତୀୟ।  ଯାହା ବି  ଉତ୍ପାଦନ ହେଲା ଶୀତଳ ଭଣ୍ଡାର ନ ଥିବା ଯୋଗୁ ସଂରକ୍ଷଣ ହୋଇପାରିଲାନି। ସରକାରୀ ତଥ୍ୟ କହୁଛି ରାଜ୍ୟରେ ୧୩୩ ଶୀତଳ ଭଣ୍ଡାରରୁ ୯୭ଟି ଅଚଳ। ଗୋଟିଏ  ପଟେ ୨୪ ବର୍ଷର ସରକାରର ବିଫଳତାର କାହାଣୀ ଅନ୍ୟ ପଟେ ନୂଆ ସରକାରର ପାରିବା ପଣିଆ ଉପରେ ରାଜ୍ୟବାସୀଙ୍କ ଉପରେ ନଜର ରହିଛି କେବଳ ଦେଖିବାକୁ ବାକି ରହିଲା ନୂଆ ସରକାର କେମିତି ଆଗାମୀ ଦିନରେ ଚାଷୀଙ୍କ ସମସ୍ୟାର ସମାଧାନ କରୁଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A burning stove in the neighbor's house | Argus News