ହୋମଗାର୍ଡ ଶାରୀରିକ ପରୀକ୍ଷା ସମୟରେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ, 7 ଗୁରୁତର

Key Points
ଦୌଡି ଦୌଡି ଟଳିଗଲେ
ହୋମଗାର୍ଡ ଶାରୀରିକ ପରୀକ୍ଷା ସମୟରେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ
ଏଥିସହ ୭ଜଣ ପରୀକ୍ଷାର୍ଥୀ ଗୁରୁତର
ଗଜପତିରେ ଅଘଟଣ । ହୋମଗାର୍ଡ ଶାରୀରିକ ପରୀକ୍ଷା ସମୟରେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି । ଏଥିସହ ୭ଜଣ ପରୀକ୍ଷାର୍ଥୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁବାର ସକାଳୁ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥଲା । ରାଣିପେଣ୍ଠ ଠାରୁ ପଦ୍ମପୁର ଦୁଇ କି.ମି ରାସ୍ତାରେ ସକାଳୁ ଦୈାଡ ପରୀକ୍ଷା ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି ।
ଦୈାଡିବା ସମୟରେ ଏମାନେ ହଠାତ୍ ତଳେ ପଡ଼ିଯିବା ପରେ ଗୁରୁତର ହୋଇ ପଡ଼ିବାରୁ ସେମାନଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ରାମଗିରି ଥାନା ପରିସଲ ଗାଁର ସୁଲନ୍ତ ମିଶାଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆହତମାନେ ହେଲେ ପାରଳାଖେମୁଣ୍ଡିର ପି.ବାବୁଜୀ, ଗୁମ୍ମାର ଅର୍ଫନ ପାଣି, ଗୋଷାଣୀର ସଞ୍ଜୟ ଶବର, କାଶୀନଗରର ବାଳକୃଷ୍ଣ ଲିମ୍ମା, ନାରାୟଣପୁରର ଦୀପକ ପାଡାଲ, ଗୁରାଣ୍ଡିର ଶିବ ପ୍ରସାଦ ମହାପାତ୍ର। ଅନ୍ୟ ୨ଜଣ ଆହତଙ୍କ ପରିଚୟ ମିଳିପାରିନାହିଁ ।