Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାମକୃଷ୍ଣ ଦାସ ମହାପାତ୍ରଙ୍କ ନାଁରେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା

Odisha

ରାମକୃଷ୍ଣ ଦାସ ମହାପାତ୍ରଙ୍କ ନାଁରେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାମକୃଷ୍ଣ ଦାସ ମହାପାତ୍ରଙ୍କ ନାଁରେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା

ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନାଁରେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା । ପୁରୀ ସତ୍ୟ ନଗରର ସୂଚନା ଅଧିକାର କର୍ମୀ ଜୟନ୍ତ ଦାଶ ଏହି ଏତଲା ଦେଇଛନ୍ତି । ରାମକୃଷ୍ଣ ଦାସ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ନବକଳେବର ବଳକା ଦାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିକିଥିବା ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି । ବିଏନ୍ ଏସର ବିଭିନ୍ନ ଦଫାରେ ମାମଲା ରୁଜୁ ପାଇଁ ଅନଲାଇନ୍ ଏତଲାରେ ଉଲ୍ଲେଖ । ସେପଟେ ବିବାଦୀୟ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସହ ଆଜି ଦିନ 11ଟାରେ ଶ୍ରୀମନ୍ଦିର ପ୍ରଶାସନର ରହିଛି ଆଲୋଚନା। 


ନିଯୋଗର ସଭାପତି ମଧ୍ୟ ଆଲୋଚନାରେ ଉପସ୍ଥିତ ରହିବେ । ଶ୍ରୀମନ୍ଦିର ଭିତରୁ ନବକଳେବର ସମୟରେ ବଳକା ଦାରୁରେ ଚତୁର୍ଦ୍ଧାବିଗ୍ରହଙ୍କୁ ନିର୍ମାଣ କରି ପ୍ରତିଷ୍ଠା କରିଥିବା ନେଇ ବେଙ୍ଗଲୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଟିକିପୁଅ ଓରଫ୍ ରାମକୃଷ୍ଣ ଦାସ ମହାପାତ୍ର । ପରେ ସାମ୍ବାଦିକ ସମ୍ମିଳନୀରେ ନିଜ କଥାକୁ ଖଣ୍ଡନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-case-was-registered-at-the-singhdwar-police-station-in-the-name-of-ramakrishna-das-mohapatra | Argus News