|
logo
Live

Argus News - ଯୁବକଙ୍କୁ ଲହୁଲୁହାଣ କଲେ ରାଜାଙ୍କ ପୋଷା ଗୁଣ୍ଡା

Odisha

ଯୁବକଙ୍କୁ ଲହୁଲୁହାଣ କଲେ ରାଜାଙ୍କ ପୋଷା ଗୁଣ୍ଡା

Smruti Parija
Browse all articles by Smruti Parija
·2 years ago·2 min read
ଯୁବକଙ୍କୁ ଲହୁଲୁହାଣ କଲେ ରାଜାଙ୍କ ପୋଷା ଗୁଣ୍ଡା

Key Points

  • ରାଜାଙ୍କ ରାଇଜରେ ପ୍ରଜାଙ୍କୁ ଚାବୁକ ମାଡ଼
  • ଯୁବକଙ୍କୁ ଲହୁଲୁହାଣ କଲେ ରାଜାଙ୍କ ପୋଷା ଗୁଣ୍ଡା
  • ଠିକାଦାର ଓ ସମିତିସଭ୍ୟ ମିଶି ଜଣେ ସାଧାରଣ ଯୁବକଙ୍କୁ ମାଡ ମାରି କଲେ ଲହୁଲୁହାଣ
  • ଏପରିକି ଯୁବକଙ୍କ ସୁନା ଚେନ୍ ଛିଡାଇ ନେଇଥିବା ଆଠଗଡ ଥାନାରେ ଅଭିଯୋଗ
     

ଅର୍ଗସ ବ୍ୟୁରୋ:  ବିଜୁ ଜନତା ଦଳର ସମିତିସଭ୍ୟ ଏବଂ ଠିକାଦାର ମିଳିତ ହୋଇ ଜଣେ ଯୁବକଙ୍କୁ ମାଡମାରି ଗାଡ଼ି ଭଙ୍ଗାରୁଜା କରିବା ସହିତ ତାଙ୍କ ସୁନାଚେନ ଛଡ଼ାଇ ନେଇଥିବା ଆଠଗଡ ଥାନାରେ ହୋଇଛି  ଅଭିଯୋଗ । ଅର୍ଗସ ନ୍ୟୁଜର ସ୍ବତନ୍ତ୍ର କାର୍ଯ୍ୟକ୍ରମ "ଜନତା ଅଦାଲତ" ଆଠଗଡ଼ ବ୍ଲକ କୁମାରପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା । 

ସେହି କାର୍ଯ୍ୟକ୍ରମରେ ଯୋରନ୍ଦା ଗ୍ରାମର ବରୁଣ କୁମାର ନାଏକ ଯୋଗ ଦେଇଥିଲେ । ଆଠଗଡର ବିଧାୟକ ତଥା କୃଷି ମନ୍ତ୍ରୀ ରେଣନ୍ଦ୍ର ପ୍ରତାପ ସ୍ୱାଇଁ ପିସି ନେଉଥିବା ନେଇ ଅଭିଯୋଗ କରିଥିଲେ । ଦୀର୍ଘ ବର୍ଷ ଧରି ଲଗାତାର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଥିବାବେଳେ ସେ ଦୁର୍ନୀତିରେ ଲିପ୍ତ ରହିଛନ୍ତି । ସମସ୍ତ ଠିକା କାର୍ଯ୍ୟରେ ପିସି ନେଉଛନ୍ତି କହିବାରୁ ଯେମିତି ବେଦ ଅସୁଧି ହୋଇଗଲା । 

ଅଧିକ ପଢନ୍ତୁ: ଧମକାଉଥିଲେ ମନ୍ତ୍ରୀ ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ସେହି କାର୍ଯ୍ୟକ୍ରମ ସାରି ଫେରିବାବେଳେ ସେହି ଗ୍ରାମର ସମିତି ସଭ୍ୟ ମାନସ ସ୍ୱାଇଁ ଠିକାଦାର ରାଜୁ ବେଉରା ,ରାକୁନି ବେଉରା ଏବଂ ମିଥୁନ ସ୍ୱାଇଁ ମିଳିତ ହୋଇ ବରୁଣ ନାଏକଙ୍କୁ ଏମିତି କାହିଁକି କହିଲୁ ବୋଲି ପଚାରିଥିଲେ । ବେଶ କିଛି ସମୟ ଯୁକ୍ତି ତର୍କ ହୋଇଥିଲା । ଏପରିକି ତାଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ସୁନା ଚେନ ଛଡ଼ାଇ ନେଇଥିଲେ ବିଜେଡି କର୍ମୀ । ଏନେଇ ବରୁଣ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଏପରିକି ଯଦି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ । ତେବେ ମୁଁ ଆତ୍ମହତ୍ୟା କରିବି, ମୋ ଜୀବନ ପ୍ରତି ବିପଦ ଅଛି ବୋଲି ସିଧା ସିଧା କହିଛନ୍ତି ଆହତ ଯୁବକ । 
ସେପଟେ ଏଠି ପ୍ରଶ୍ନ ଉଛୁଛି ଗଣତନ୍ତ୍ରରେ ନିଜର ଅଭିଯୋଗ ଜଣାଇବା କଣ ଭୁଲ୍ ? ଜନ ଅଦାଲତରେ ଖୋଦ୍ ଜନତା ପ୍ରଶ୍ନ କଲେ କାହିଁକି ପ୍ରତିଶୋଧ ପରାୟଣ ହେଉଛନ୍ତି ଜନ ପ୍ରତିନିଧି ? 


 

Sponsored
ଯୁବକଙ୍କୁ ଲହୁଲୁହାଣ କଲେ ରାଜାଙ୍କ ପୋଷା ଗୁଣ୍ଡା | Argus News