Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ

Key Points

50 ହଜାର ଟଙ୍କା ଜୋରିମାନା ଦେବ ପୁଞ୍ଜିଲାଲ
ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ
ମାମଲାର 7ବର୍ଷ ପରେ ଆସିଲା ଚୂଡାନ୍ତ ରାୟ
ସୌମ୍ୟଙ୍କ ପରିବାର କହିଲେ, ଫାଶୀ ଦଣ୍ଡାଦେଶ ପାଇଁ ଆଶା ରଖିଥିଲୁ
ଶାନ୍ତି ପାଇବ ସୌମ୍ୟଙ୍କ ଆତ୍ମା

7ବର୍ଷର ନ୍ୟାୟିକ ଲଢେଇ...ଶେଷରେ ଅଭିଯୁକ୍ତକୁ ମିଳିଲା ସଜା...ଆଜୀବନ ଜେଲରେ ରହିବ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ...କୋର୍ଟ କହିଲେ ଏହା ରେଆରେଷ୍ଟ ଅଫ ରେଆଇ କେସ ନୁହେଁ...ଉପର କୋର୍ଟରେ ଅପିଲ କରିପାରିବ ପୁଞ୍ଜିଲାଲ। ଏକ ଛୋଟ ଘଟଣାକୁ କେନ୍ଦ୍ର କରି ହତ୍ୟାର କେତେ ବଡ଼ ଷଡଯନ୍ତ୍ର ରଚନା କରିଥିଲା ପୁଞ୍ଜିଲାଲ ତା ହୁଏତ ଆପଣମାନେ ସହଜରେ ବିଶ୍ବାସ କରିପାରିବେନି ...ପୁଞ୍ଜିଲାଲ ଓ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ମଧ୍ୟରେ ଥିଲା ବୃତ୍ତିଗତ ଶତ୍ରୁତା...ଆଉ ପ୍ରତିଶୋଧ ପରାୟଣ ହୋଇଯାଇଥିଲା ପୁଞ୍ଜିଲାଲ...ଆଉ ରଚିଥିଲା ଷଡଯନ୍ତ୍ର...ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା I


ପୁଞ୍ଜିଲାଲ କୋରିୟର ଯୋଗେ ବିବାହ ଉପହାର ଭାବେ ଏକ ପାର୍ସଲ ଗିଫ୍ଟ ପଠାଇଥିଲା । ୨୩ ତାରିଖ ଦିନ ପାର୍ସଲ ଗିଫ୍ଟ ଖୋଲିବା ବେଳେ ହୋଇଥିଲା ବିସ୍ଫୋରଣ...ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ଘଟିଥିଲା I ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ।...ସୌମ୍ୟଙ୍କ ପରିବାର ଲୋକେ ଆଶା ରଖିଥିଲେ ପୁଞ୍ଜିଲାଲ ଫାଶିଖୁଣ୍ଟରେ ଝୁଲିବ ବୋଲି...ତେବେ କୋର୍ଟଙ୍କ ରାୟ କିଛିଟା ସନ୍ତୋଷ ଆଣିଛି...ସୌମ୍ୟଙ୍କ ଆତ୍ମା ଶାନ୍ତି ପାଇବ।

ଏହି ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା ସତ I କିନ୍ତୁ ପୁଞ୍ଜିଲାଲ ପାଖରେ ପହଂଚିବା ବି ଏତେଟା ସହଜ ନଥିଲା ...ପୁଞ୍ଜିଲାଲର ଇଂରାଜୀ ଚିଠି ହିଁ ତାଙ୍କୁ ଧରା ପକାଇଥିଲା । ସୂଚନା ଅନୁସାରେ , ପାଟଣାଗଡ଼ ଏଡିଜେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଯିବ ପୁଞ୍ଜିଲାଲ...ଯଦି ପୁଞ୍ଜିଲାଲ ଉପର କୋର୍ଟକୁ ଯାଏ ତେବେ ସୌମ୍ୟଙ୍କ ପରିବାର ମଧ୍ୟ ଉପର କୋର୍ଟକୁ ଯିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored