Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ଵିନସିଟି ଆକାଶକୁ ଢାଙ୍କିଲା କଳାହାଣ୍ଡିଆ ମେଘ

Rashmita Mishra
Browse all articles by Rashmita Mishra
·1 year ago·1 min read
ଟ୍ଵିନସିଟି ଆକାଶକୁ ଢାଙ୍କିଲା କଳାହାଣ୍ଡିଆ ମେଘ

ହଠାତ୍ ବଦଳିଲା ପାଗର ମିଜାଜ୍ । ଟ୍ବନସିଟି ଆକାଶକୁ ଢାଙ୍କିଲା କଳାହାଣ୍ଡିଆ ମେଘ । କାଳବୈଶାଖୀ ପ୍ରଭାବରେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା । ପ୍ରବଳ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ସତର୍କ କରାଇଲା ପାଣିପାଗ କେନ୍ଦ୍ର । ଭୁବନେଶ୍ବର, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ ଜାରି ହୋଇଛି । ଆଗାମୀ ୪ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

ରାଜ୍ୟରେ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବା ସମ୍ଭାବନା ଅଛି। ୨୧ ଏପ୍ରିଲ ପର୍ଯ୍ୟନ୍ତ ଘଡ଼ଘଡ଼ି, ବଜ୍ରପାତ ଏବଂ ବର୍ଷା ଜାରି ରହିବା ସମ୍ଭାବନା ଅଛି। ଅନେକ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯିବ।

ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ସମେତ ପ୍ରାୟ ୧୫ଟି ଜିଲାରେ ୪୦ ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରବଳ ବର୍ଷା ହେବ। ଆଇଏମଡି ଦ୍ୱାରା ମାଲକାନଗିରି ଏବଂ କୋରପୁଟରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରା ସମାନ ରହିବାର ସମ୍ଭାବନା ଅଛି। ଫଳସ୍ୱରୂପ, ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ।

ସୁନ୍ଦରଗଡ଼,ନବରଙ୍ଗପୁର, ମାଲକାନଗିରି, ଗଜପତି, ରାୟଗଡା, ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ରାୟଗଡା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, କଟକ, ଅନୁଗୁଳ ଏବଂ କୋରାପୁଟ ଜିଲ୍ଲାର ବିଜୁଳି ଘଡଘଡି ସହ ବର୍ଷା ପବନ ୪୦ ରୁ ୫୦ କିମି ତଥା ମୟୁରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଗଞ୍ଜାମ, ଏବଂ ବଲାଙ୍ଗୀର ଜିଲ୍ଲରେ କୁଆପଥର ବର୍ଷା ସମ୍ଭାବନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-dark-cloud-covered-the-twentieth-century-sky | Argus News