Videos
|
Odisha

ବାପାଙ୍କ ପାଇଁ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି କୁନି ଝିଅ

Smruti Parija
Browse all articles by Smruti Parija
·1 year ago·2 min read
ବାପାଙ୍କ ପାଇଁ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି କୁନି ଝିଅ

ଆଖିରେ ଆଖିଏ ଲୁହ... ପାଞ୍ଚଦିନ ହେଲା ଘରେ ଚୁଲି ଜଳିନି... ମାଗି ଯାଚି ଯାହା ମିଳୁଛି ତାକୁ ଖାଉଛନ୍ତି । ଜୀବନ ମରଣ ସହ ମେଡ଼ିକାଲ ବେଡ୍ ରେ ସଂଗ୍ରାମ କରୁଛନ୍ତି ବାବା ବିକାଶ ପସାଏତ । ଯେଉଁଥିପାଇଁ ଝିଅ ଛାତି ଫଟେଇ କାନ୍ଦୁଛି । ଖାଲି ଦୁଇ ଝିଅ ନୁହନ୍ତି ବିକାଶଙ୍କ ପାଇଁ ପୁରା ଗାଁ କାନ୍ଦୁଛି ।



ଘରେ ବୁଢ଼ା ବାପା-ମା' କୁ ଛାଡ଼ିଦେଲେ ଆଉ କେହି ନାହାନ୍ତି । ଦୁଇ ପିଲାଙ୍କୁ ଧରି ପୁଅର ଫେରିବା ବାଟକୁ ଅପେକ୍ଷା କରିଛି ଏହି ବୁଢା ବାପାଟି । ଗୋଟିଏ ଜାଗାରେ ମୁକ ହୋଇ ବସି ରହିଛି । ଯାହା ପଇସା ଥିଲା 5 ଦିନ ହେଲା ମେଡ଼ିକାଲରେ ଖର୍ଚ୍ଚ ହୋଇଗଲାଣି । ଡାକ୍ତର କହୁଛନ୍ତି 20 ରୁ 25 ଲକ୍ଷ ଟଙ୍କା ଦରକାର । ଏତେ ଟଙ୍କା ଆଣିବେ କେଉଁଠୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନିଜ ଗାଁ ର ଭାଇକୁ ବଞ୍ଚାଇବା ପାଇଁ ଗାଁ ଗାଁ ବୁଲି ଭିକ୍ଷା କରୁଛନ୍ତି ସାଙ୍ଗ ସାଥୀ । ଯିଏ ଯାହା ପାରିଲା ବଢେଇ ଦେଉଛନ୍ତି । ରଙ୍ଗ କାମ କରି ନିଜର ପରିବାର ପ୍ରତି ପୋଷୋଣ କରୁଥିଲେ କୁଜଙ୍ଗ ବ୍ଲକ ବିଶ୍ବାଳି ଗାଁ ର ବିକାଶ ପ୍ରସାଦ । ଦିନେ ନିଜର ସାଙ୍ଗ ସହ ରଙ୍ଗ କାମ ବୁଝିବା ପାଇଁ ବାହାରି ଯାଇଥିଲେ ଜଗତସିଂହପୁର । ହେଲେ ଜାଣି ନଥିଲେ ଏତେ ବଡ ଅଘଟଣ ହବ ବୋଲି । କୁହାଯାଉଛି କୁହୁଡିରେ ରାସ୍ତା ଦେଖା ନଯିବାରୁ ଦୁଇ ଷଣ୍ଢଙ୍କ ସହ ଗାଡି ପିଟି ହୋଇଯିବାରୁ ମୁଣ୍ଡରେ ମାଡ ବାଜିଥିଲା । ଆଉ ତା ପରେ ଏକ ବେସରକାରୀ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ମୁଣ୍ଡ ଅପରେସନ ହେବା ପରେ ଡାକ୍ତରମାନେ କହୁଛନ୍ତି ଆହୁରି ଟଙ୍କା ଦରକାର । ଏଥିପାଇଁ ସାଙ୍ଗ ସାଥୀମାନେ ଘର ଘର ବୁଲି ଯାହା ମିଳୁଛି ତାକୁ ହସ୍ପିଟାଲକୁ ପଠାଉଛନ୍ତି ।


ସେପଟେ ପରିସ୍ଥିତି ଏମିତି ହୋଇଛି ଯେ, ଛାତିକୁ ପଥର କରିସାରିଲେଣି ଦୁଇ ଝିଅ । ବାପା କେମିତି ଭଲ ହୋଇ ଆସିବେ ତାକୁ ଅନାଇ ବସିଛନ୍ତି । ଯିଏ ଏଇ କଥା ଶୁଣୁଛି ଆଖିରେ ଲୁହ ରହୁନି । କେମିତି ଭଲ ହବ ବିକାଶ ସେଥିପାଇଁ ପୁରା ଗାଁ ଚିନ୍ତିତ ।


ଯେଉଁ ସହ ହୃଦୟ ଵ୍ୟକ୍ତ ତାଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି । ଏହି ଆକାଉଣ୍ଟରେ ସାହାଯ୍ୟ କରିପାରିବେ ।


Name- Nirmala pashayat

Bank Name- Punjab National Bank

Account No -7643001700012446

MICR Code - 754024504



a-daughter-is-wandering-around-the-village-begging-for-her-father | Argus News