ରାଧାବଲ୍ଲଭ ମଠରୁ ଖସି ପଡି ଜଣେ ଭକ୍ତ ଗୁରୁତର ଆହତ
·1 year ago·1 min read

Key Points
ପବିତ୍ର ସୁନାବେଶରେ ଅଘଟଣ
ରାଧାବଲ୍ଲଭ ମଠରୁ ଖସି ପଡି ଜଣେ ଭକ୍ତ ଗୁରୁତର
ଗୁରୁତର ଜଣଙ୍କ ଜଗତସିଂହପୁର ପାଟେଳୀ ଗାଁର
ପବିତ୍ର ସୁନାବେଶରେ ଅଘଟଣ । ରାଧାବଲ୍ଲଭ ମଠରୁ ଖସି ପଡି ଜଣେ ଭକ୍ତ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହେଉଛନ୍ତି ଜଗତସିଂହପୁର ପାଟେଳୀ ଗାଁର ବାବାଜୀ ବେହେରା । ତାଙ୍କୁ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପାଟି ଓ ନାକରୁ ରକ୍ତ ବାହାରୁଛି । ତେବେ ସେ କେଉଁ ପରିସ୍ଥିତିରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାଧାବଲ୍ଲଭ ମଠ ଉପରକୁ ଯାଇଥିଲେ ଓ କିଭଳି ଖସି ପଡିଲେ ତାହା ସ୍ପଷ୍ଟ ହୋଇନାହିଁ । ସମ୍ଭବତଃ ମାଙ୍କଡ଼ ଗୋଡାଇବା ଯୋଗୁଁ ସେ ଭୟଭୀତ ହୋଇ ଖସି ପଡିଥିବା ସନ୍ଦେହ କରାଯାଉଛି ।
ସେପଟେ ଶ୍ରୀଜୀଉଙ୍କର ସୁନାବେଶ ଚାଲିଥିବାବେଳେ ପୁରୀରେ ଖଚା ଖଚ ଭିଡ । ମହାପ୍ରଭୁଙ୍କର ସୁନାବେଶ ଦେଖିବା କାହିଁ କେତେ ଦୂର ପୁରୀକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: