Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୁବତୀଙ୍କୁ ଫସାଇ ଜେଲ ଗଲେ ରସିକିଆ ଡାକ୍ତର

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଯୁବତୀଙ୍କୁ ଫସାଇ ଜେଲ ଗଲେ ରସିକିଆ ଡାକ୍ତର

ପଦାକୁ ଆସିଲା ରସିକିଆ ଡାକ୍ତରଙ୍କ କାରନାମା
ପ୍ରଥମେ ଶାରୀରିକ ସମ୍ପର୍କ, ପରେ ବିବାହର ପ୍ରତିଶ୍ରୁତି
ସେପଟେ ଫେରାର ହୋଇ ଆଉ ଜଣଙ୍କୁ କଲେ ବିବାହ

ମାଲକାନଗିରି : ପ୍ରଥମେ ଯୁବତୀଙ୍କୁ ଦେଖାଇଲେ ବିବାହର ସ୍ବପ୍ନ । ପରେ ରଖିଲେ ଶାରୀରିକ ସମ୍ପର୍କ । ହେଲେ ଶେଷରେ ଧୋକା ଦେଇ ବିବାହ କଲେ ଆଉ ଜଣକୁ । କେବଳ ଗୋଟେ ଝିଅ ନୁହେଁ, ମିଛ କହି ଏମିତି ଅନେକ ଝିଅଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ଏହି ରସିକିଆ ଡାକ୍ତର ।

ମାଲକାନଗିରି ଜିଲ୍ଲା ମୋଟୁ ଠାରେ ଆୟୂଷ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ ଡାକ୍ତର ଅମିତ କୁମାର ସାହୁ । ସେଠାରେ ଏକ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଉ ସେ ତାଙ୍କୁ ବିବାହ କରିବାର ସ୍ବପ୍ନ ଦେଖାଇଥିଲେ । ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ପରେ ଅନେକ ଥର ଅମିତ ଉକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା।

ତେବେ ଏହାରି ମଧ୍ୟରେ ଯୁବତୀ ଜଣଙ୍କ ବିବାହ ପାଇଁ କହିଥିଲେ ମଧ୍ୟ ଅମିତ ଅପେକ୍ଷା କରିବାକୁ କହିବା ସହ ମାଲକାନଗିରି ଜିଲ୍ଲାରୁ ନିଜ ଜିଲ୍ଲା ସମ୍ବଲପୁରକୁ ବଦଳି ହୋଇ ଚାଲି ଯାଇଥିଲେ। ଏହାପରେ ମଧ୍ୟ ଉକ୍ତ ଯୁବତୀ ଜଣଙ୍କ ବାରମ୍ବାର ଅମିତଙ୍କୁ ଯୋଗାଯୋଗ କରି ବିବାହ ପାଇଁ ଅନୁରୋଧ କରିଥିବା ବେଳେ ଅମିତ କୌଣସି ଉତ୍ତର ଦେଇ ନଥିଲେ ଓ ବିବାହ କରିନଥିଲେ। ଯୁବତୀ ଜଣକ ସେଠାରେ ପହଞ୍ଚି ଅମିତଙ୍କ ସରକାରୀ କାର୍ଯ୍ୟାଳୟକୁ ଯାଇ ବିବାହ ପାଇଁ ଅନୁରୋଧ କରିଥିଲେ। ସେଠାରେ ମଧ୍ୟ ଅମିତ ପୁଣି ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେବାସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ପରେ ସେହି ଯୁବତୀଙ୍କୁ ନଜଣାଇ ଅମିତ ଅନ୍ୟସ୍ଥାନକୁ ନିଜର ପୋଷ୍ଟିଂ ବଦଳି କରିଥିଲେ, ଏବଂ ନିଜର ଫୋନ ନମ୍ବର ବଦଳାଇ ଚାଲି ଯାଇଥିଲେ । ଯାହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ।

ପୋଲିସ ଦ୍ବାରା ଟିମ ଗଠନ କରାଯାଇ ସମ୍ବଲପୁର ଯାଇ ଡାକ୍ତରଙ୍କୁ ଗିରଫ କରି ମାଲକାନଗିରିକୁ ଆଣିଛନ୍ତି। ଆଜି ତାଙ୍କୁ କୋର୍ଟ ଚାଲାଣ କରା ଯାଇଛି। ହେଲେ ବିବାହକୁ ନେଇ କୌଣସି ପ୍ରତିଶ୍ରୁତି ଦେଇ ନଥିବା କହିଛି ରସିକିଆ ଡାକ୍ତର ।

ତେବେ ଅମିତଙ୍କ ନାମରେ ଏହା ପ୍ରଥମ ଅଭିଯୋଗ ନୁହେ, ପୂର୍ବରୁ ମଧ୍ୟ ସେ ଅନ୍ୟ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ହତ୍ୟା କରିଥିବା ନେଇ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A Doctor was arrested because of cheating with a woman | Argus News