Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପିଶାଚ ବାପା; 5 ବର୍ଷର ଝିଅକୁ ହତ୍ୟା କଲା ବାପା

Odisha

ପିଶାଚ ବାପା; 5 ବର୍ଷର ଝିଅକୁ ହତ୍ୟା କଲା ବାପା

Smruti Parija
Browse all articles by Smruti Parija
·1 year ago
ପିଶାଚ ବାପା; 5 ବର୍ଷର ଝିଅକୁ ହତ୍ୟା କଲା ବାପା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ପାରିବାରିକ କଳହର କରୁଣ ପରିଣତି । ନିଜ ପାଞ୍ଚ ବର୍ଷର ଝିଅକୁ ଛୁରୀ ଭୂଷି ହତ୍ୟା କଲା ବାପା । ଧାରୁଆ ଅସ୍ତ୍ରରେ ଝିଅ ବ୍ଲେସି ରାଣୀ ଭତ୍ରାଙ୍କୁ ୪ ଥର ବାପା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ଅଭିଯୁକ୍ତ ବାପା ସଂଜୀବ କୁମାର ଭତ୍ରI ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଚିତ୍ରକୋଣ୍ଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଚିତ୍ରକୋଣ୍ଡା ପୋଲିସ ପହଁଚି ଘଟଣାର ତଦନ୍ତ ଚଳାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-father-brutually-killed-his-5-year-old-daughter-in-chitrakonda-malkangiri | Argus News