Videos
|
Odisha

Odisha News / ସାଙ୍ଗକୁ ଘରୁ ଡାକିନେଲା ସାଙ୍ଗ.. ବିଲ ମଝିରେ ପକାଇଲା ଚୋଟ ! ଦେଖନ୍ତୁ ଭିଡିଓ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସାଙ୍ଗକୁ ଘରୁ ଡାକିନେଲା ସାଙ୍ଗ.. ବିଲ ମଝିରେ ପକାଇଲା ଚୋଟ ! ଦେଖନ୍ତୁ ଭିଡିଓ...
Representative image

Key Points

ଦୋସ୍ତିରେ ଲାଗିଲା ରକ୍ତ ଛିଟା ଏମିତି ସାଙ୍ଗ ଭଗବାନ କାହାକୁ ନଦିଅନ୍ତୁ ଘରୁ ଡାକି ନେଇ ସାଙ୍ଗକୁ ହାଣି ଦେଲା ସାଙ୍ଗ

ଭୟଙ୍କର.. ନୃଶଂସ.. ଅମଣିଷ.. ନିଷ୍ଠୁର... ଯେଉଁ ହାତ ସହଯୋଗ ପାଇଁ ବଢ଼ିବା କଥା, ଯେଉଁ ହାତ ବିପଦରୁ ଉଦ୍ଧାର କରିବା ପାଇଁ ଲମ୍ବିବା କଥା.. ଯେଉ ହୃଦୟ ସାଙ୍ଗ ପାଇଁ ଧକ୍ ଧକ୍ କରିବା କଥା... ଯିଏ ଦୋସ୍ତି ପାଇଁ ସାରା ଦୁନିଆ ସହ ଲଢ଼ିବା କଥା.. ସେଇ ବନ୍ଧୁ ଆଜି ସାଜିଲା ବଇରୀ । ଘରେ ହସଖୁସିରେ ବସି ସମୟ କାଟୁଥିବା ସାଙ୍ଗକୁ ବାହାରକୁ ଡାକିନେଲା ସାଙ୍ଗ । ଆଉ ଡାକି ନେଇ ବିଲ ମଝିରେ ମାରିଲା ଚୋଟ ପରେ ଚୋଟ ।

ଦୁଇ ସାଙ୍ଗ ଚାଲି ଚାଲି ବିଲ ହୁଡ଼ାରେ ଯାଉଥିଲେ, ଅଚାନକ ଏକ ଧାରୁଆ ଅସ୍ତ୍ର ବାହାର କରି ପ୍ରଥମ ଚୋଟ ମରିଲା ଜଣେ ସାଙ୍ଗ । ଆଉ ହଣା ଖାଇଥିବା ସାଙ୍ଗ ଜୀବନ ବିକଳରେ ଚିତ୍କାର କଲା । ପାଖରେ କେହି ନଥାନ୍ତି... ଯେତେ ଚିତ୍କାର କଲେ ବି କେହି ଶୁଣୁନଥାନ୍ତି । ତାପରେ ସେଠାରୁ ଜୀବନ ବିକଳରେ ଦୌଡ଼ିବାକୁ ଲାଗିଲା । ହେଲେ ବିଲ ହୁଡ଼ାରେ ଝୁଣ୍ଟି ପଡ଼ିଗଲା । ଆଉ ଅସ୍ତ୍ର ଧରିଥିବା ସାଙ୍ଗ ଚୋଟ ପରେ ଚୋଟ ମାରିବାକୁ ଲାଗିଲା ।

ଭାଗ୍ୟ ଭଲ ଥିଲା... ଗାଁର କିଛି ଲୋକ ସେଇ ବିଲ ପାଖ ଦେଇ ଯାଉଥିଲେ... ଆଉ ଆର୍ତ୍ତ ଚିତ୍କାର ଶୁଣି ଧାଇଁ ଆସିଲେ । ଗୋଁ ଲୋକଙ୍କୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଗଲା ଆକ୍ରମଣକାରୀ ସାଙ୍ଗ । ଆଉ ବଞ୍ଚିଗଲା ନୀରିହ ଯତୀନ୍ଦ୍ରର ଜୀବନ । ବିଲ ମଝିରୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଯତୀନ୍ଦ୍ରକୁ ଉଦ୍ଧାର କଲେ.. ତାପରେ ମେଡିକାଲରେ ଭର୍ତ୍ତି କଲେ ।

ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ମୟୁରଭଞ୍ଜ ଉଦଳା ଥାନା ରାଢୋ ଗାଁରୁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାହିଁକି ସାଙ୍ଗକୁ ହାଣିଲା ସାଙ୍ଗ ସେନେଇ ତଦନ୍ତ ଚାଲିଛି । ଏହାସହ ଆକ୍ରମଣକାରୀକୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

A friend Attacked Another Friend And trying to Kill | Argus News