ହଷ୍ଟେଲରେ ଡରାଉଛି ଭୂତ

ମାଲନଗିରି: ହଷ୍ଟେଲରେ ଡରାଉଛି ଭୂତ। ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏ କଥା ଆମେ ସତ ବୋଲି ଏଇଥିପାଇଁ କହିବୁ କାରଣ ଭୁତ ଭୟରେ ହଷ୍ଟେଲ ଛାଡି ପଳାଇଛନ୍ତି ଛାତ୍ରୀ। ଏବେ ହଷ୍ଟେଲ ଖାଲି। ଏଭଳି ଏକ ଅଭାବନିୟ ଘଟଣା ଘଟଛି ମାଲନଗିରି ଜିଲ୍ଲା, ଖଇରପୁଟ ବ୍ଲକ କଦମଗୁଡା ଆଶ୍ରମ ବିଦ୍ୟାଳୟରେ । ରାତିରେ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇଯିବା ପରେ ଆଶ୍ରମ ବିଦ୍ୟାଳୟରୁ ଛାତ୍ରୀଙ୍କୁ ସ୍ଥାନାନ୍ତରିତ କରିଛି ସ୍କୁଲ କର୍ତ୍ତୃପକ୍ଷ। ଆଶ୍ରମ ବିଦ୍ୟାଳୟରେ ୬୪ ଜଣ ଛାତ୍ରୀ ରହୁଥିଲେ। ସମସ୍ତଙ୍କୁ ସ୍ଥାନ୍ତାରିତ କରାଯାଇଛି। ତେବେ ଛାତ୍ରୀଙ୍କ ଅସୁସ୍ଥା ହେବା ପଛର କାରଣ ଭୂତ ବୋଲି କୁହାଯାଉଛି। କୁହାଯାଉଛି ଯେ ରାତିରେ କିଛି ଛାତ୍ରୀ ବାଥରୁମ୍ ଯାଇଥିଲେ । ବାଥ୍ରୁମରେ ହଠାତ୍ ଚମକି ପଡିଥିଲେ।.. ସେଠାରୁ ଆସିଲା ପରେ ହାତ ଗୋଡ ଥରିବା ସହ ବିଳିବିଳେଇଲେ। କୁକୁଡା ଦିଅ.. ଅଣ୍ଡା ଦିଅ ବୋଲି କହିବା ପରେ ଅସୁସ୍ଥ ହୋଇପଡିଥିଲେ ୫ ଜଣ ଛାତ୍ରୀ।
ଛାତ୍ରୀ ମାନଙ୍କ ଏପରି ଅଜବ ବ୍ୟବହାର କରୁଥିବା ଦେଖି ପ୍ରଧାନ ଶିକ୍ଷକ ଗ୍ରାମ ବାସୀଙ୍କୁ ଡାକିଥିଲେ । ଗ୍ରାମବାସୀ ଆସି ଏହି ସ୍ଥାନରେ ଭୁତ ଥିବା କହିଥିଲେ । ପ୍ରତି ବର୍ଷ ସେହି ଯାଗାରେ ପୂଜାର୍ଚ୍ଚନା କରାଯାଇଥାଏ । ଯଦି ପୂଜାର୍ଚ୍ଚନା କରାନଯାଏ ତାହେଲେ ଭୂତ ଲୋକଙ୍କୁ ଆକ୍ରମଣ କରିଥାଏ ବୋଲି କହିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ କଥାରେ ଜମିରେ ପୂଜାର୍ଚ୍ଚନା କରାଯାଇଥିଲା । ପୂଜାର୍ଚ୍ଚନା ପରେ ଛାତ୍ରୀମାନେ ଭଲ ହୋଇଥିଲେ । ତାପରେ ସେମାନଙ୍କୁ ମେଡିକାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏବଂ ପିଲାମାନଙ୍କ ମନରୁ ଭୟ ଦୂର କରିବା ପାଇଁ କିଛି ଦିନ ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସମସ୍ତ ଛାତ୍ରୀ ସୁରକ୍ଷିତ ଅଛନ୍ତି ।
ଅଧିକ ଦେଖନ୍ତୁ :