Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାଇକୁ ଫୋନ କରି ଡାକିଲେ, ସେପଟେ ନଦୀକୁ ଡେଇଁ ପଡିଲେ...

Swoyang prajna Mishra
Browse all articles by Swoyang prajna Mishra
·12 months ago·2 min read
ଭାଇକୁ ଫୋନ କରି ଡାକିଲେ, ସେପଟେ ନଦୀକୁ ଡେଇଁ ପଡିଲେ...

Key Points

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗୋବିନ୍ଦପୁରସ୍ଥିତ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ଗୋବିନ୍ଦପୁର-ସିଙ୍ଘପୁର ସେତୁ ଉପରୁ ଜଣେ ଯୁବତୀ ଭରା ନଦୀକୁ ଡେଇଁ ପଡିଛନ୍ତି । ଗୋବିନ୍ଦପୁର ପଞ୍ଚାୟତର ମିଶ୍ରସାହିର ସୁଧାଂଶୁ ଶେଖର ମିଶ୍ରଙ୍କ ଝିଅ ମଧୁସ୍ମିତା ଓରଫ ମାମୁନି ।

ଏଇତ ଆସିବୁ ବୋଲି ଘରକୁ କହୁଥିଲୁ । ମତେ ଫୋନ କଲୁ ବୋଲି ମୁଁ ତରତର ହୋଇ ବାହାରି ପଡିଲି ତତେ ଆଣିବା ପାଇଁ । କିନ୍ତୁ ମୁଁ ଆସିବା ଭିତରେ ତୁ କୁଆଡେ ଚାଲିଗଲୁ ମାମୁନି । କାହାକୁ କିଛି ନଜଣେଇ ତୁ ଆମକୁ ଛାଡି ଏମିତି କାହିଁକି ଚାଲିଗଲୁ । କେଉଁଥିରେ ଅଭାବ ଥିଲା ତୋର । ମତେ କହିଥାନ୍ତୁ, ବାପାଙ୍କୁ କହିଥାନ୍ତୁ, ସବୁ ବୁଝିଥାଆନ୍ତି । ହେଲେ ଆଉ ବିଶ୍ଵାସ ହେଉନି ଯେ ତୁ ଚାଲିଗଲୁ ବୋଲି । ତୋ ଭାଇ ଡାକୁଛି ତତେ ... ଫେରିଆ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଗୋବିନ୍ଦପୁରସ୍ଥିତ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ଗୋବିନ୍ଦପୁର-ସିଙ୍ଘପୁର ସେତୁ ଉପରୁ ଜଣେ ଯୁବତୀ ଭରା ନଦୀକୁ ଡେଇଁ ପଡିଛନ୍ତି । ଗୋବିନ୍ଦପୁର ପଞ୍ଚାୟତର ମିଶ୍ରସାହିର ସୁଧାଂଶୁ ଶେଖର ମିଶ୍ରଙ୍କ ଝିଅ ମଧୁସ୍ମିତା ଓରଫ ମାମୁନି ।

ସବୁଦିନ ଭଳି ସେଦିନ ବି ସକାଳ ୭ଟାରେ ଜଳଖିଆ ଖାଇ କମ୍ପ୍ୟୁଟର କ୍ଲାସକୁ ବାହାରି ପଡିଥିଲା ମାମୁନି ସାଇକେଲଟିଏ ଧରି । ଆଉ ସରିବା ପରେ ଭାଇକୁ ଫୋନ କରି କୁହେ, ଭାଇ ମୋର ସାଇକେଲଟା ନାହିଁ, ଟିକେ ଆସିବୁ ମତେ ଟିକେ ଗାଡିରେ ନେଇଯିବୁ । ଭାଇ ବାହାରିପ଼ଡେ ମାମୁନିକୁ ଆଣିବା ପାଇଁ । ଆଉ ଆସିବା ପରେ ଦେଖେ କିଛି ଏମିତି ଘଟଣା । ଭାଇ ପହଞ୍ଚିବା ପୂର୍ବରୁ ହିଁ ମାମୁନି ସାଇକେଲରେ ଆସି , ସାଇକେଲଟିକୁ ବ୍ରିଜ ଉପରେ ଥୋଇଦେଇ, ଖରସ୍ରୋତା ନଦୀର ଗଭୀରକୁ ଡେଇଁ ପଡିଥିଲେ । ଆଉ ମାତ୍ର କିଛି ସମୟ ମଧ୍ୟରେ ହିଁ ନଦୀର ପ୍ରବଳ ସ୍ରୋତ ଯୋଗୁଁ ବୋହୁଦୂରକୁ ଭାସିଗଲେ । ଯାହା ନିଜେ ପ୍ରତ୍ୟେକ୍ଷଦର୍ଶୀ ଦେଖିଥିବା କହିଛନ୍ତି ।

ଏଯାଏଁ ଗୋଟେ ଝିଅର ଆତ୍ମାହୂତି ଦେବାକୁ ସହଜରେ ଗ୍ରହଣ କରି ହେଉନାହିଁ । ନ୍ୟାୟ ପାଇବା ପାଇଁ ଲଢେଇ କରି ଶେଷରେ ନିଜେ ଜୀବନ ଦେଇ ଦେଇଥିଲେ ବାଲେଶ୍ଵର ପୀଡିତା । ପୁଣି ଆଉ ଏକ ଖବର ଯାହା ଆଉ ଏକ ପରିବାରକୁ ସ୍ବଧ କରିଦେଇଛି । ଘଟଣାର ପ୍ରକୃତ କାରଣ ଏବେଯାଏଁ ଜଣା ପଡିନାହିଁ । ହେଲେ ସବୁବେଳେ ଚୁପଚାପ ରହୁଥିବା ଝିଅଟାର ହଠାତ ଏପରି ନିଷ୍ପତ୍ତିକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଘଟଣାରେ ଏକପ୍ରକାର ଗମ୍ଭୀର ହୋଇପଡିଛନ୍ତି ମଧୁସ୍ମିତାଙ୍କ ବାପା । ଅଗ୍ନିଶମ ବାହିନୀ ପହଞ୍ଚି ଝିଅକୁ ଖୋଜାଖୋଜି ଆରମ୍ଭ କରିଛି । ଏବେ ଯାଏଁ ଝିଅର କୌଣସି ପତ୍ତା ମିଳିପାରିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A girl from kendrapada jump to the river while returning from computer class | Argus News