ପାଇଲେ ଲାଇସେନ୍ସ, ଉଡାଇବେ ବିମାନ

Key Points
ୟୁଟ୍ୟୁବ ଦେଖି ଚିନ୍ତା କରିଥିଲେ ପାଇଲଟ୍ ହେବାକୁ
କଟକ ନରସିଂହପୁରର ଝିଅ ଉଡାଇବେ ବିମାନ। ବରିଷ୍ଠ ଆଇନଜୀବୀ ନିର୍ମାଳେନ୍ଦୁ ମିଶ୍ରଙ୍କର ଝିଅ ସୋନାଲିକା ମିଶ୍ର ବିମାନ ଉଡାଇବେ। ଏନେଇ ତାଙ୍କୁ ମିଳିଛି ଲାଇସେନ୍ସ। ଏବେ ସେ କମର୍ସିଆଲ ବିମାନ ଚଳାଇବେ।
ସୋନାଲିକାଙ୍କ କହିବା କଥା ସେ ଦଶମ ପରେ ଭୁବେନଶ୍ବରରେ ଏକ ଘରୋଇ କଲେଜରେ ଯୁକ୍ତ ୨ ପଢିଥିଲେ। ଏହାପରେ ଏୟାରକ୍ରାପ୍ଟ ଇଞ୍ଜିନିରିଂ କରିଥିଲେ ଭୁବନେଶ୍ବରରେ। ଏହାପରେ ତାଲିମ ପରେ କୋଲକତା ଯାଇ ସେଠାରେ ପ୍ରାକ୍ଟିକାଲ୍ କରିଥିଲେ। ପରେ ଚିନ୍ତା କରିଥିଲେ ବିମାନ ଉଡାଣ ପାଠ ପଢିବାକୁ। ଏନେଇ ପ୍ରଥମେ ବାପାଙ୍କୁ କହିଥିଲେ, ବାପା ଟିକେ ଅରାଜି ହୋଇଥିଲେ। ଏନେଇ ଅଧିକ ସହଯୋଗ କରିଥିଲେ ସୋନାଲିକାଙ୍କ ଜେଜେ ବାପା।
ଏହାପରେ ବିମାନ ଉଡାଣ ପାଇଁ ମହାରାଷ୍ଟ୍ରର ପୁଣେ ଯାଇଥିଲେ ଉଡାଣ ଶିଖିବାକୁ। ୨୦୦ ଘଣ୍ଟା ଫ୍ଲାଇଙ୍ଗ ଟ୍ରେନିଂ ସାରିବାକୁ ୨୦୦ ଘଣ୍ଟା ସମୟ ଲାଗିଥିଲା। ବର୍ତ୍ତମାନ ତାଙ୍କୁ ବ୍ୟବସାୟିକ ଉଡାଣ କରିବାକୁ ଲାଇସେନ୍ସ ମିଳିଛି। ସୋନାଲିକା ୨୦୦ ଘଣ୍ଟା ଉଡ଼ାଣ ପୂରଣ କରି ଡିଜିସିଏ ଦ୍ୱାରା ଗଠିତ ସମସ୍ତ ପରୀକ୍ଷାରେ ଉତୀର୍ଣ୍ଣ ହୋଇ କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ପ୍ରାପ୍ତ କରିଛନ୍ତି।
📱 Get Argus News App
✨ଏହାପରେ ବିମାନ ଉଡାଣ ପାଇଁ ମହାରାଷ୍ଟ୍ରର ପୁଣେ ଯାଇଥିଲେ ଉଡାଣ ଶିଖିବାକୁ। ୨୦୦ ଘଣ୍ଟା ଫ୍ଲାଇଙ୍ଗ ଟ୍ରେନିଂ ସାରିବାକୁ ୨୦୦ ଘଣ୍ଟା ସମୟ ଲାଗିଥିଲା। ବର୍ତ୍ତମାନ ତାଙ୍କୁ ବ୍ୟବସାୟିକ ଉଡାଣ କରିବାକୁ ଲାଇସେନ୍ସ ମିଳିଛି। ସୋନାଲିକା ୨୦୦ ଘଣ୍ଟା ଉଡ଼ାଣ ପୂରଣ କରି ଡିଜିସିଏ ଦ୍ୱାରା ଗଠିତ ସମସ୍ତ ପରୀକ୍ଷାରେ ଉତୀର୍ଣ୍ଣ ହୋଇ କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ପ୍ରାପ୍ତ କରିଛନ୍ତି।
ବର୍ତ୍ତମାନର ଯୁବପିଢି ସୋସିଆଲ ମିଡିଆରେ ସମୟ ଅତିବାହିତ କରିବାକୁ ନେଇ ସେ କହିଛନ୍ତି, ମୁଁ ଅନଲାଇନ୍ କ୍ଲାସ୍ ନେଇ ୟୁଟ୍ୟୁବରୁ ସୂଚନା ପାଇଥିଲେ। ଦିଆଯାଇଥିବା ନମ୍ବରରେ କଣ୍ଟାକ୍ଟ କରି ଦିଲ୍ଲୀ ଯାଇଥିଲେ। ତେଣୁ ସାମାଜିକ ଗଣମାଧ୍ୟମରେ ଆସୁଥିବା ଭଲ କଥାକୁ ଗ୍ରହଣ କରିବା ସହ ଖରାପ କଥାଠୁ ଦୂରେଇ ରହିବାକୁ ସେ ଆହ୍ବାନ ଦେଇଛନ୍ତି।
ସେ ଏବେ ଆନ୍ତର୍ଜାତୀୟ ବିମାନ ଉଡାଣ କରି ପାରିବେ। ଆଗକୁ ଯାତ୍ରୀବାହି ବିମାନ ଚଳାଇବାକୁ ସେ ଯୋଜନା ରଖିଛନ୍ତି। ଏଥିପାଇଁ ତାଲିମ ନେଉଛନ୍ତି।