|
logo
Live

Argus News - ଜନ୍ମମାଟି ଉପରବେଡା ଗାଁରେ ପହଂଚିବା ପରେ ଭବ୍ୟ ସ୍ବାଗତ

Odisha

ଜନ୍ମମାଟି ଉପରବେଡା ଗାଁରେ ପହଂଚିବା ପରେ ଭବ୍ୟ ସ୍ବାଗତ

Rashmita Mishra
Browse all articles by Rashmita Mishra
·1 year ago·2 min read
ଜନ୍ମମାଟି ଉପରବେଡା ଗାଁରେ ପହଂଚିବା ପରେ ଭବ୍ୟ ସ୍ବାଗତ

Key Points

  • ଦୁଇ ଦିନିଆ ମଯୂରଭଞ୍ଜ ଗସ୍ତରେ ରାଷ୍ଟ୍ରପତି
  • ଜନ୍ମମାଟି ଉପରବେଡା ଗାଁରେ ପହଂଚିବା ପରେ ଭବ୍ୟ ସ୍ବାଗତ
  • ପ୍ରୋଟୋକଲ ଭାଙ୍ଗି ନାଚିଲେ ମହାମହିମ
  • କହିଲେ ମାଟିର ବାସ୍ନା ମତେ ଡାକିଲା, ମୁଁ ଚାଲିଆସିଲି 

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ସକାଳ ୧୧.୦୫ମିନିଟ ସମୟରେ ବାଦମ ପାହାଡ ସ୍ଥିତ ରଙ୍ଗା ମାଟିଆ ଆସ୍ଥାୟୀ ହେଲିପ୍ୟାଡରେ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟରେ ପହଁଚିଥିଲେ ମହାମହିମ। ସଡକ ପଥରେ ନିଜ ଜନ୍ମ ଗାଁ ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଁଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପ୍ରୋଟୋକଲ ଭାଙ୍ଗି ନାଚିଥିଲେ ମହାମହିମ।  ।

ମାଡାମ୍ ପ୍ରେସିଡେଣ୍ଟନିଜ ପିଲା ବେଳର ପାଠ ପଢିବା ସମୟର ସ୍ମୃତି ଓ ଅନୁଭୁତିକୁ କୁନି କୁନି ପିଲାଙ୍କ ସହିତ ଆଲୋଚନା କରିଥିଲେ। ଦୀର୍ଘ ୬୧ବର୍ଷ ପରେ ଆଜି ସେହି ବିଦ୍ୟାଳୟରେ ପହଂଚିଥିବାରୁ ଖୁସି ଜାହିର କଲେ । ଯେଉଁଠି ଶୂନରୁ ଆରମ୍ଭ କରି ଅ ଆ ପାଠ ପଢିଥିଲେ , ସେହି ମାଟିକୁ ମୋର ପ୍ରଣାମ ବୋଲି କହିଥିଲେ ରାଷ୍ଟ୍ରପତି । ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ, ଏହି ବିଦ୍ୟାଳୟରୁ ପାଠ ପଢି ମୁଁ ରାଷ୍ଟ୍ରପତି ହୋଇଛି। ଏହି ଗାଁର ସ୍ନେହ, ଶ୍ରଦ୍ଧା ଓ ଆର୍ଶୀବାଦ ରହିଛି। ମାଟିର ବାସ୍ନା ମୋତେ ଡାକିଆଣିଲା ତେଣୁ ମୁଁ ଚାଲି ଆସିଲି ବୋଲି ନିଜ ଅଭିଭାଷଣରେ କହିଥିଲେ ରାଷ୍ଟ୍ରପତି।

ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀଙ୍କୁ ଅତି ନିକଟରୁ ପାଇ ବହୁତ ଖୁସି ହୋଇଥିଲେ ମହାମହିମ। ପାଠ ପଢି କେବଳ ଚାକିରର ଲକ୍ଷ୍ୟ ନରଖନ୍ତୁ ଛାତ୍ରଛାତ୍ରୀ । ନିଜକୁ ଓ ଦୁନିଆକୁ ଜାଣିବାର ଏକ ମାଧ୍ୟମ ପାଠ ବୋଲି ସେ କହିଥିଲେ । ମାଡାମ୍ ପ୍ରେସିଡେଣ୍ଟ ପିଲାଦିନେ ପାଠ ପଢିଥିବା ଶିକ୍ଷକଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରିଥିଲେ। ନିଜ ସହପାଠୀଙ୍କ ସହିତ କିଛି ମୁହୁର୍ତ୍ତ ବିତାଇଥିଲେ । ସେତେବେଳେ କେମିତି ପାଠପଢା ହେଉଥିଲା , ଅତିତର ସ୍ମୃତି କୁ ସାଉଁଟିଥିଲେ ମହାମହିମ । ପରେ ନିଜ ପୈତୃକ ବାସଭବନ ଯାଇ ପିଠା ମିଠା ଖାଇଥିଲେ। ନିଜ ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ କିଛି ଉପହାର ଆଣିଥିଲେ।

ଅପରାହ୍ନରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଏସଏଲଏସ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର ଓ ଶୁଭାରମ୍ଭ କରିଥିଲେ ରାଷ୍ଟ୍ରପତି । ପରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପହଞ୍ଚି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେଠାରେ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ । ସେଠାରୁ ବାହାରି ଅପରାହ୍ନ ସମୟରେ ରାଇରଙ୍ଗପୁର ସ୍ଥିତ ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିର ଯାଇ ଯଜ୍ଞରେ ପୂର୍ଣ୍ଣାହୁତି ଦେବା ସହ ନୂତନ ଭାବେ ସ୍ଥାପିତ ଗଣେଶ ମୂର୍ତ୍ତି ଉନ୍ମୋଚନ କରଥିଲେ । ସେଠାରେ ଆଳତୀ କରିବା ପରେ ରାଷ୍ଟ୍ରପତି ରାଇରଙ୍ଗପୁର ମହୁଲଡିହା ସ୍ଥିତ ପି ଡବ୍ଲୁ ଡି ବଙ୍ଗଳା ରେ କିଛି ବିଶେଷ ବ୍ୟକ୍ତି ଙ୍କ ସହ ଆଲଚନା କରିବା ପରେ ନିଜ ବାସଭବନ କୁ ଯା ଇ ରାତ୍ରୀଭୋଜନ ଓ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

 

Sponsored
ଜନ୍ମମାଟି ଉପରବେଡା ଗାଁରେ ପହଂଚିବା ପରେ ଭବ୍ୟ ସ୍ବାଗତ | Argus News