Crime In Bhubaneswar / ରାଜଧାନୀରେ ବୁଲିଲା ଖଣ୍ଡା, ଗୋଡ଼ାଇ ଗୋଡ଼ାଇ ହାଣିଲେ

Key Points
ଭୁବନେଶ୍ବରରେ ପୁଣି ବୁଲିଲା ଖଣ୍ଡା। ନିଶା କାରବାର ଓ ଦାଦାବଟିକୁ ନେଇ ହଣାକଟା। କାରଗିଲ ବସ୍ତିରେ ଯୁବକଙ୍କୁ ଖଣ୍ଡା ଚୋଟ। କାରଗିଲ ବସ୍ତିର ସଂଗ୍ରାମ ଜେନାଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଯୁବକଙ୍କ ଦେହର ଅନେକ ଜାଗାରେ ଗଭୀର କ୍ଷତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ଏୟାରପୋର୍ଟ ଥାନା ପୋଲିସ । ସ୍ଥିତି ଗମ୍ଭୀର ହେବାରୁ କଟକ ରେଫର୍ କଲେ ମେଡିକାଲ କର୍ତ୍ତୃପକ୍ଷ ।
ଆକ୍ରମଣକାରୀଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ । ରାସ୍ତା ଉପରେ ଦେଶୀ ମଦ ବିକ୍ରିକୁ ନେଇ ବସ୍ତିରେ ତେଜୁଥିଲା ଅଶାନ୍ତି । ମୁଖ୍ୟ ରାସ୍ତା ଉପରେ ନିଶା କାରବାର ଓ ବସ୍ତି ଭିତରେ ଦାଦାବଟି କଲେକ୍ସନକୁ ନେଇ ଏପରି ଆକ୍ରମଣ ହୋଇଥିବା ସୂଚନା ।
ସେପଟେ ଅନୁଗୁଳରେ ଗୁଳିକାଣ୍ଡ । ଅନୁଗୁଳ ଶିକ୍ଷକପଡ଼ା ଛକ ପଦ୍ମାଳୟା କ୍ଲବ୍ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି । ଗୁରୁତର ଅବସ୍ତାରେ ଯୁବକଙ୍କୁ ଅନୁଗୁଳ ମୁଖ୍ୟ ଚିକତ୍ସାଲୟରେ ଭର୍ତ୍ତି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ।
ସେହିଭଳି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଧିନ ମୁକୁନ୍ଦପୁର ଫାଣ୍ଡି ଅନ୍ତର୍ଗତ କୈଳାଶପୁର ପଞ୍ଚାୟତର ଲାଲିବି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ମୋବାଇଲ ଫୋନ୍ କିଣିବା ପାଇଁ ଟଙ୍କା ନ ଦେବାରୁ ଉତ୍କ୍ଷିପ୍ତ ହୋଇ ପୁଅ ନିଜ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା କରିଛି।
ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଚମ୍ପା କାଡ୍ରାକାଙ୍କ ଏତଲା ମୁତାବକ, ମଙ୍ଗଳବାର ଲାଲିବି ଗ୍ରାମର ଭୀମା କାଡ୍ରାକା (୪୫)ଙ୍କୁ ତାଙ୍କ ପୁଅ ଉଦୟ କାଡ୍ରାକା (୨୦) ଏକ ମୋବାଇଲ ଫୋନ କିଣିବା ନିମନ୍ତେ ଟଙ୍କା ମାଗିଥିଲା। ଭୀମା ଏବେ ଟଙ୍କା ନାହିଁ, ମୋବାଇଲ ଫୋନ କିଣିବାକୁ କେଉଁଠୁ ଟଙ୍କା ଆଣି ତତେ ଦେବି ବୋଲି କହିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏତିକିରେ ଅଭିଯୁକ୍ତ ଉଦୟ ଶାନ୍ତ ହୋଇ ନଥିଲା।
ଗତକାଲି ରାତିରେ ଖାଇସାରି ଲାଲିବି ଗ୍ରାମ ଠାରୁ କିଛି ଦୂରରେ ଥିବା ତାଙ୍କ କୁଡିଆ ଘରେ ଭୀମା ଶୋଇଥିବା ବେଳେ ପୁଅ ଉଦୟ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ମୃତ ଭୀମାଙ୍କ ମୁଣ୍ଡ, ଛାତି, ପଛ ବେକ, କାନ୍ଧ ଓ ପିଠିରେ ହାଣି ହତ୍ୟା କରିଥିଲା। ମୋଟ ୭ଟି ସ୍ଥାନରେ କ୍ଷତ ଚିହ୍ନ ରହିଛି। ଫଳରେ ଘଟଣାସ୍ଥଳରେ ହିଁ ଭୀମାର ପ୍ରାଣବାୟୁ ଉଡ଼ି ଯାଇଥିଲା।
📱 Get Argus News App
✨Related Topics
Explore more stories