Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋଟିଏ ନଳକୂପ ଭରସାରେ ଅସହାୟ ଜନତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗୋଟିଏ ନଳକୂପ ଭରସାରେ ଅସହାୟ ଜନତା

ମୟୁରଭଞ୍ଜ:  ଶିମିଳିପାଳ ପାଦ ଦେଶରେ ଥିବା ଦୂର୍ଦୂରା ଗାଁ। ଗାଁରେ 37ରୁ ଉର୍ଦ୍ଧ ପରିବାର ରୁହନ୍ତି। ମାତ୍ର ପାନୀୟ ଜଳ ସୁବିଧା ଗାଁରେ ନାହିଁ କହିଲେ ଚଳେ। ବିଶୁଦ୍ଧ ପାନୀୟ ଜଳ ଟିକିଏ ପାଇଁ ଡହଳ ବିକଳ ଗ୍ରାମବାସୀ। ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବହୁ ବର୍ଷ ତଳେ ସୋଲାର ପାଣି ପମ୍ପ ଟିଏ ବସା ଯାଇଥିଲା। ହେଲେ ତାହା ଆଜି ପାନୀୟ ଜଳ ଯୋଗାଇବାରେ ଅସମର୍ଥ। ସୋଲାର ପାଣି ପମ୍ପରୁ ପାଣି ସଠିକ୍ ଭାବେ ବାହାରୁ ନଥିବାରୁ ଲାଇନ୍ ଲାଗି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି।

ଗାଁରେ ବସୁଧା ଯୋଜନା ପହଞ୍ଚିଛି। ପାଇପ ଲାଇନ୍ ବିଛା ସରି ଘର ଗୁଡିକ ଆଗରେ ଷ୍ଟାଣ୍ଡପୋଷ୍ଟ ଲାଗିଛି। ହେଲେ ଆଜି ଯାଏଁ ଆରମ୍ଭ ପ୍ରକଳ୍ପରୁ ହୋଇ ପାରୁନି ଜଳ ଯୋଗାଣ। ଫଳରେ ଘଣ୍ଟାଘଣ୍ଟା ସୋଲାର ପ୍ରକଳ୍ପ ଆଗରେ ଲାଇନ ଲଗାଇ ଶୋଷ ମେଣ୍ଟାଉଛନ୍ତି ଅଞ୍ଚଳବାସୀ। ଏନେଇ ପ୍ରଶାସନ ପାଖରେ ବାରମ୍ବାର ନିବେଦନ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ହୋଇଛି। ଜଙ୍ଗଲରେ ଜଳ ସମସ୍ୟା ଖରା ଆରମ୍ଭରୁ ଲୋକଙ୍କୁ ଅତିଷ୍ଠ କଲାଣି। ଏଠି ପ୍ରକଳ୍ପ ଅଛି କିନ୍ତୁ ଲୋକଙ୍କ କାମରେ ଆସୁନି। ଅଧପନ୍ତରିଆ ଅବସ୍ଥାରେ ପଡି ଥିବା ପ୍ରକଳ୍ପ ଲୋକଙ୍କୁ ଦେଉଛି ଦୁଃଖ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a helpless villagers in the hope of a tubewell | Argus News