ଅନ୍ଧାରୀ ମୂଲକରେ ପାହାଡି ଗାଁ

Key Points
ଅନ୍ଧାରୀ ମୂଲକରେ ପାହାଡି ଗାଁ
ସଧ୍ୟା ନଇଁଲେ ଡିବିରୀ ଭରସା
ଅନ୍ଧାରରେ କଟୁଛି ରାତି
ଡିବିରୀ ଆଲୁଅରେ ପିଲା ଖୋଜୁଛନ୍ତି ଶିକ୍ଷାର ଆଲୋକ
ଦୀପ ଆଲୁଅରେ ଏଠି ହୁଏ ରୋଷଇ
ରାସ୍ତା ନାହିଁ, କି ନାହିଁ ପକ୍କା ଘର
ପାଣି ପାଇଁ ବି ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ
ସବୁ ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମର ଗାଁ
ଅର୍ଗସ ବ୍ୟୁରୋ: ଡିଜିଟାଲ ଇଣ୍ଡିଆର ଅନ୍ଧାରୀ ଗାଁ...ରାସ୍ତା ନାହିଁ କି ନାହିଁ ବିଜୁଳି...ଅନ୍ଧାର ରାତିରେ ଡିବିରୀ ଆଲୁଅରେ କଟୁଛି ରାତି। ବିକାଶ କଣ ଗ୍ରାମବାସୀ ଜାଣନ୍ତିନାହିଁ । ସରକାରୀ ସୁବିଧା ସୁଯୋଗ ବାବଦରେ ବି ଅଜ୍ଞ। ବର୍ଷ ବର୍ଷ ଧରି ଅନ୍ଧାରୀ ଜୀବନ ଅତିବାହିତ କରୁଛନ୍ତି ଏହି ଆଦିବାସୀ ସଂପ୍ରଦାୟର ଗ୍ରାମବାସୀ। ଚାରିଆଡ଼େ କିଟିକିଟି ଅନ୍ଧାର। ଡିବିରୀ ଆଲୁଅରେ ଶିକ୍ଷାର ଆଲୋକ ଖୋଜୁଛନ୍ତି ବିଦ୍ୟାର୍ଥି। ଅନ୍ଧାର ଭିତରେ ଚୁଲିରେ ରୋଷେଇ କରୁଛନ୍ତି ମା’। ଏଇ ଦୀପ ଆଲୁଅରେ ହୁଏ ଘର କାମ ଖିଆପିଆ। ଦୀପରୁ ତେଲ ସରିଲେ ସବୁ ଠର୍ ..କୋରାପୁଟ ବୋରୀଗୁମ୍ମା ବ୍ଲକ ଆଉଁଳି ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡା ଓ କାଉଡିଆଗୁଡାର। ଉଭୟ ଗାଁର ଚିତ୍ର ଦେଖିଲେ ଲାଗୁଛି ଯେମିତି ଅନ୍ଧାର ରାତିର ନିସ୍ତବ୍ଧତାରେ ହଜି ଯାଇଛି ଏହି ଗ୍ରାମବାସୀଙ୍କ ସବୁ ସପ୍ନ |
ସରକାରୀ ସୁବିଧାରୁ ବଞ୍ଚିତ ଉଭୟ ଗାଁ | ନା ଗାଁରେ ଅଛି ପିଇବା ପାଇଁ ବିଶୁଦ୍ଧ ପାଣି। ନା ଗମନାଗମନ ପାଇଁ ଅଛି ପକ୍କା ରାସ୍ତା। ଅନ୍ଧାରରୁ ବଞ୍ଚିବା ପାଇଁ ଘର ମାନଙ୍କରେ ବିଜୁଳି ଆଲୁଅ ବି ନାହିଁ। ପାହାଡ କୋଳାରେ ଭଗବାନ ଭରସାରେ କଟୁଛି ଏମାନଙ୍କ ଜୀବନ | ଦୁଃଖର କଥା ଏମାନଙ୍କ ପାଖରେ ଆଜିଭି ଗୁହାରି ଶୁଣିବା ପାଇଁ ଜନ ପ୍ରତିନିଧି ପହଞ୍ଚି ନାହାନ୍ତିକି ସରକାରୀ ବାବୁ |
ସବୁଠାରୁ ବଡ କଥା କି ବିଜୁ ଜନତା ଦଳର ସରକାର ଦୀର୍ଘ 24 ବର୍ଷ ଧରି ଆମ ରାଜ୍ୟରେ ଶାସନ ଭାର ସମ୍ଭାଳିଲା ପରେ ଭି ରାଜ୍ୟର ଉପାନ୍ତ ଅଞ୍ଚଳର ବଦଳିଲା ନାହି ଚିତ୍ର ଆଜିଭି କୋରାପୁଟ ଜିଲ୍ଲାରେ ରହିଚି ମାଳମାଳ ଦୁର୍ଗମ ଗାଁ ଯୋଉଠି ସରକାରୀ ବାବୁ ଙ୍କ ପାଦ ଭି ପଡିନାହି | ଯାହା ଫଳରେ ଆଜିଭି ବିକାଶ ର ମୁଖ୍ୟ ସ୍ରୋତ ରେ ସାମିଲ ହେବାରୁ ବଞ୍ଚିତ ଏହି ସବୁ ଦୁର୍ଗମ ଗାଁର ନିରୀହ ଆଦିବାସୀ |