ଯୁବ ପ୍ରତିଭା ସମ୍ମାନ-2025; ଯୋଡି ହେଲେଣି ବହୁ ସଂଖ୍ୟାରେ ଯୁବପିଢି

Key Points
ଅମାପ ଶକ୍ତିର ଅଧିକାରୀ ଯୁବପିଢି
ଅମାପ ଶକ୍ତିର ଅଧିକାରୀ ଯୁବପିଢି । ଦେଶକୁ ଆଗେଇ ନେବାରେ ଯାହାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଯୁବପିଢି ଦେଶର ଏକ ପ୍ରମୁଖ ଶକ୍ତି । ସବୁ ବେଳେ ଯୁବପିଢିଙ୍କ ସହ ଥାଏ ଅର୍ଗସ । ଏନେଇ ସେହି ପ୍ରତିଭାବାନ ଯୁବପିଢିଙ୍କୁ ଆଉ ଟିକେ ପ୍ରୋତ୍ସାହିତ କରିବା ପାଇଁ ଅର୍ଗସ ନ୍ୟୁଜ ପକ୍ଷରୁ ଆୟୋଜନ ହେବାକୁ ଯାଉଛି ଯୁବ ପ୍ରତିଭା ସମ୍ମାନ-2025 । ଯେଉଁଥିରେ ବହୁ ସଂଖ୍ୟାରେ ଯୁବପିଢି ଯୋଡି ହୋଇଛନ୍ତି ।
ନୋମିନେସନ ପର୍ଯ୍ୟାୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଉଦ୍ୟମୀ ଯୁବକ-ଯୁବତୀ ସେମାନଙ୍କ ପ୍ରତିଭା ଅନୁସାରେ ଆବେଦନ କରିଥିଲେ । ଚୟନ ପ୍ରକ୍ରିୟା ଶେଷ ହେବା ପରେ ୨୦ ମେ ରୁ ଆରମ୍ଭ ହୋଇଥିଲା ଭୋଟିଂ ପ୍ରକ୍ରିୟା । ପ୍ରତ୍ୟେକ ବିଭାଗରେ 4 ଜଣ ଲେଖାଏଁ ଯୁବପିଢିଙ୍କୁ ମନୋନୀତ କରାଯାଇଛି । ସେଥିମଧ୍ୟରୁ ଆପଣଙ୍କୁ ପସନ୍ଦ ଥିବା ଯୁବ ପ୍ରତିଭାଙ୍କୁ ବିପୁଳ ମାତ୍ରାରେ ଭୋଟ୍ ଦିଅନ୍ତୁ । ଆପଣଙ୍କ ମୂଲ୍ୟବାନ ଭୋଟ୍ ହିଁ ତାଙ୍କୁ ସମାଜରେ ଆଉ ଟିକେ ଭଲ କରିବା ପାଇଁ ପ୍ରୋତ୍ସୋହନ ଦେବ ।
କୃଷି, ମନୋରଞ୍ଜନ, ଶିକ୍ଷା, ପରିବେଶ, ଗଭର୍ଣ୍ଣାନ୍ସ ଏବଂ ସୋସିଆଲ ଲିଡରସିପ, ଇନୋଭେସନ ଏବଂ ଏଣ୍ଟରପ୍ରେନ୍ୟୁରସିପ, ହେଲଥ୍, ଲାଙ୍ଗୁଏଜ ଲିଟ୍ରେଚର ଏବଂ ଟ୍ରାଡିସନ, ମହିଳା ସଶକ୍ତିକରଣ , କ୍ରୀଡ଼ା କ୍ଷେତ୍ରରେ ଦକ୍ଷ ଯୁବ ପ୍ରତିଭାମାନଙ୍କୁ 'ଯୁବ ପ୍ରତିଭା ସମ୍ମାନ-2025' ପ୍ରଦାନ କରାଯିବ ।
ତେବେ ଯୁବ ସମାଜ ଆଗାମୀ ଯୁଗର ଦ୍ରଷ୍ଟା ଓ ସ୍ରଷ୍ଟା । ଦେଶର ପ୍ରମୁଖ ଶକ୍ତି ହେଉଛନ୍ତି ଯୁବପିଢି । ଯାହାକୁ ଖୁବ ଭଲଭାବରେ ବୁଝିପାରିଛି ଅର୍ଗସ ନ୍ୟୁଜ । ସେଥିପାଇଁ ଅର୍ଗସ ପକ୍ଷରୁ ଆୟୋଜନ ହେବାକୁ ଯାଉଛି ଯୁବ ପ୍ରତିଭା ସମ୍ମାନ 2025 ।
📱 Get Argus News App
✨ଏବେ ଆପଣ ଆପଣଙ୍କ ପସନ୍ଦର ପ୍ରତିଯୋଗୀଙ୍କୁ ଭୋଟ ଦେଇପାରିବେ...
ଜାଣନ୍ତୁ କେମିତି ଦେବେ ଭୋଟ ?
ଏଥିପାଇଁ ପ୍ରଥମେ ଆପଣଙ୍କୁ https://yuvaprativasammana.argusnews.in/ କ୍ଲିକ୍ କରିବାକୁ ପଡ଼ିବ। କିମ୍ବା ଦିଆଯାଇଥିବା ଲିଙ୍କ୍ରେ ମଧ୍ୟ ଆପଣ କ୍ଲିକ୍ କରି ପେଜ୍ ଭିତରକୁ ଯାଇପାରିବେ। ଏହା ପରେ ପେଜରେ ଥିବା VOTE ଉପରେ କ୍ଲିକ୍ କରିବାକୁ ପଡ଼ିବ। ପରେ ପୁଣି VOTE YOUR NOMINATED CANDIDATES ନିମ୍ନରେ ଥିବା Click Here ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ପେଜରେ ଆସିବ ସମ୍ମାନର ବିଭାଗ ଅନୁସାରେ ଫଟୋ ଓ ନାମ। ସେଠାରେ ଆପଣ ଆପଣଙ୍କ ପସନ୍ଦର ବ୍ୟକ୍ତିତ୍ବଙ୍କୁ ଭୋଟ ଦେଇ ପାରିବେ। ଏଥିପାଇଁ ଆପଣଙ୍କ ନାମ ଓ ମୋବାଲ୍ ନମ୍ବର ଦେବାକୁ ପଡ଼ିବ। ମୋବାଇଲ୍ ନମ୍ବର ଦେବା ପରେ ଆପଣଙ୍କ ଫୋନକୁ ଗୋଟେ ଓଟିପି ଯିବ। ସେଇ ଓଟିପି ଦେବା ପରେ ସଫଳତା ପୂର୍ବକ ଆପଣଙ୍କ ଭୋଟ ସେହି ପ୍ରତିଯୋଗୀଙ୍କୁ ଯିବ। ଆପଣଙ୍କ ସ୍କ୍ରିନରେ Vote submitted successfully ! ଲେଖିବ।