ପୁଣି ୨ଟି ଗାଡ଼ିରେ ବିପୁଳ ପରିମାଣର ବିସ୍ଫୋରକ ଜବତ

Key Points
ସୁନ୍ଦରଗଡ଼ ସରଣ୍ଡା ଜଙ୍ଗଲ ଭିତରୁ ୪ ଟନ୍ ବିସ୍ଫୋରକ ଲୁଟ୍ ଘଟଣା
ପୁଣି ୨ଟି ଗାଡ଼ିରେ ବିପୁଳ ପରିମାଣର ବିସ୍ଫୋରକ ଜବତ
ବିସ୍ଫୋରକ ଭର୍ତ୍ତି ଗାଡ଼ି କେଉଁଠୁ ଆସିଥିଲା, କୁଆଡ଼େ ଯାଉଥିଲା?
କେଉଁଠୁ ଆସିଥିଲା ବିସ୍ଫୋରକ ପୋଲିସ କରୁଛି ଛାନଭିନ୍
ଏବେବି ୪୦ ପ୍ରତିଶତ ବିସ୍ଫୋରକ ସାମଗ୍ରୀ ମିଳିନାହିଁ
ସୁନ୍ଦରଗଡ଼ ସରଣ୍ଡା ଜଙ୍ଗଲ ଭିତରୁ ୪ ଟନ୍ ବିସ୍ଫୋରକ ଲୁଟ୍ ହେବା ଘଟଣା ପୁଲିସର ନିଦ ହଜାଇ ଦେଇଛି । ରାଜ୍ୟର ଏତେ ବଡ ବିସ୍ଫୋରକ ଲୁଟ୍ ଘଟଣାରେ ଖୋଦ ପୁଲିଜ ଡିଜି କଟକରୁ ଆସି ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ତେବେ ଗତକାଲି ପୁଣି ୨ଟି ଗାଡ଼ିରେ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ବିସ୍ଫୋରକ ଭର୍ତ୍ତି ଗାଡ଼ି କେଉଁଠୁ ଆସିଥିଲା, କୁଆଡ଼େ ଯାଉଥିଲା ସେନେଇ ଛାନଭିନ ଚାଲିଛି ।
ଦୁଇଟି ଯାକ ଗାଡ଼ିର କୌଣସି କାଗଜ ପତ୍ର ସଠିକ୍ ନଥିବା ଜାଣିବାକୁ ପାଇଛି ପୋଲିସ। ଗତ ୨୭ ତାରିଖରେ ମାଓବାଦୀ ମାନେ କାଣ୍ଡ ଭିଆଇ ଥିବା ବେଳେ ଏବେବି ୪୦ ପ୍ରତିଶତ ବିସ୍ଫୋରକ ସାମଗ୍ରୀ ମିଳିନାହିଁ। ଯାହା ପୋଲିସ ଓ ଜୱନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏସଆଇଟି ଘଟଣାର ତଦନ୍ତ କରୁଛି । ତେବେ କୋଇଡା ଖଣି ଅଞ୍ଚଳକୁ କେମିତି ବିନା ଏସୋପିରେ ବିସ୍ଫୋରକ ଆସୁଛି ତାହା ପ୍ରଶ୍ନବାଚୀ ।