ବିଳମ୍ବିତ ରାତିରେ ଦୁର୍ଘଟଣା, ବ୍ୟାରିକେଡ ଭାଙ୍ଗି ପଶିଲା BMW କାର
·1 year ago

ଅର୍ଗସ ବ୍ୟୁରୋ : ବ୍ୟାରିକେଡ ଭାଙ୍ଗି ଘରେ ପଶିଲା BMW କାର । ଭୁବନେଶ୍ବର ଶାସ୍ତ୍ରୀନଗର ୟୁନିଟ 4 ଅଞ୍ଚଳରେ ଟ୍ରାଫିକ ନିକଟରେ ବିଳମ୍ବିତ ରାତିରେ ରାସ୍ତାରେ ଦ୍ରୁତ ଗତିରେ ଆସି ଏକ କାର ରାସ୍ତାରେ ହୋଇଥିବା ବ୍ୟାରିକେଡ ଭାଙ୍ଗି ଘରେ ପଶିଥିଲା । । ରାତି ପ୍ରାୟ ଦୁଇଟା ବେଳେ ଏହି ଦୁର୍ଘଟଣା ହୋଇଛି । ସମସ୍ତେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିବାରୁ ଘରଲୋକ ବଞ୍ଚି ଯାଇଥିବା କହିଛନ୍ତି ।
ତେବେ ଗାଡିଟିର ସମସ୍ତ ବେଲୁନ ବାହାରି ଯାଇଛି ଓ ଗାଡି ମାଲିକ ବର୍ତ୍ତି ଯାଇଛନ୍ତି ତେଣୁ ଏଠାରୁ ଅନୁମାନ କରିହେଉଛି ଗାଡି କେଉଁ ବେଗରେ ଆସୁଥିଲା। । ତେବେ ଗାଡିଟିର ସମସ୍ତ ଶେଫ୍ଟି ଏଆର ବେଲୁନ ବାହାରି ଯାଇଛି ଓ ଗାଡି ମାଲିକ ବର୍ତ୍ତି ଯାଇଛନ୍ତି । BMW ଗାଡ଼ି ରେ ଦୁଇ ଜଣ ଥିବା କହିଥିଲେ ଘର ମାଲିକାଣୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: