Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଦୁଅ ପଚପଚ ରାସ୍ତା ସାଜିଛି ଲାଇଫ୍‌ ଲାଇନ୍‌

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାଦୁଅ ପଚପଚ ରାସ୍ତା ସାଜିଛି ଲାଇଫ୍‌ ଲାଇନ୍‌

Key Points

ଅବହେଳିତ ଛତା ଆମ୍ବ, ଭୁତଗୁଡା
ରାସ୍ତା ପାଲଟିଛି ମରଣଯନ୍ତା
କାଦୁଅ ପଚପଚ ରାସ୍ତା ସାଜିଛି ଲାଇଫ୍‌ ଲାଇନ୍‌
ଗାଁରେ ଅପହଞ୍ଚ ବସୁଧା ଯୋଜନା
ଟ୍ୟାପ ଲାଗିଛି କିନ୍ତୁ ମିଳୁନି ପାଣି

ନବରଙ୍ଗପୁର ଝରିଗାଁ ବ୍ଳକ ବେଲଗାଁ ପଞ୍ଚାୟତର ଛତା ଆମ୍ବ ଓ ଭୁତଗୁଡା । ଗାଁରେ ରାସ୍ତାର ଅବସ୍ଥା ନ କହିବା ଭଲ। ଥରେ ନଜର ପକାନ୍ତୁ ଏ ରାସ୍ତା ଉପରେ‌‌‌ । ଗାଡି ଯିବା ତ ଦୂରର କଥା ଚାଲିକି ଯିବାକୁ ବି ଡର ଲାଗିବ। ଗାଁ ର ଉଭୟ ପଟକୁ ଯେଉଁରାସ୍ତା ଅଛି ତାହା ନଥିବା ସାଙ୍ଗେ ସମାନ। ଗାଁରେ ପାଖାପାଖି ଚାଳିଶ ପରିବାର ବସବାସ କରୁଛନ୍ତି କିନ୍ତୁ ଆଜି ଯାଏଁ ଗାଁକୁ ପକ୍କା ରାସ୍ତା ସଂଯୋଗ ହୋଇନି। ଅସରାଏ ବର୍ଷାରେ ରାସ୍ତା ଅବସ୍ଥା ବେହାଲ ହୋଇପଡୁଛି। ପ୍ରତିଦିନ ଏହି ରାସ୍ତା ଦେଇ ପାଖାପାଖି କୋଡିଏରୁ ପଚିଶ ପିଲା ସ୍କୁଲ ଯାଉଛନ୍ତି। ଜୀବନ ଜୀବିକା କୁହନ୍ତୁ କି ହାଟ ବଜାର ଏଇ ରାସ୍ତା ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି।


ନେତା ଆସନ୍ତି ଯାଆନ୍ତି ଲୋକଙ୍କ ଗୁହାରି କେବଳ ପ୍ରତିଶୃତିରେ ହିଁ ଅଟକି ଯାଏ। ବାଧ୍ୟ ହୋଇ ପ୍ରତିବର୍ଷ ପରିବାର ପିଛା ଚାନ୍ଦା ଆଦାୟ କରି ଗ୍ରାମବାସୀ ନିଜେ ରାସ୍ତା ତିଆର କରିଥାନ୍ତି। ଗାଁ ମୁଣ୍ଡରେ ଥିବା ନାଳ ପାର ହେବାକୁ ଗ୍ରାମବାସୀ ମିଶି ହୋମପାଇପ ପକାଇ ପୋଲ ନିର୍ମାଣ କରିଛନ୍ତି। କିନ୍ତୁ ପ୍ରତିବର୍ଷ ବର୍ଷା ଆସିଲେ ତାହା ଧୋଇଯାଉଛି। ଗାଁରେ ଉନ୍ନତି ମୂଳକ କାମ କହିଲେ ଆଜକୁ ପାଞ୍ଚ ବର୍ଷ ତଳେ କଂକ୍ରିଟ ରାସ୍ତା ତିଆରି ହୋଇଥିଲା। ଯାହାକି ଏବେ ମାଟିରେ ମିଶିଯାଇଛି। ଗାଁରେ ବସୁଧା ଯୋଜନା ଅପହଞ୍ଚ। କେଉଁଠି କେବଳ ବୋର୍ଡରେ କାମ ସିମିତ ରହିଛି, ତ କେଉଁଠି ଘର ଆଗରେ ଟ୍ୟାପ ଲାଗିଛି। ବର୍ଷ ବର୍ଷ ଧରି କାମ ଅଟକି ରହିଛି, ଲୋକଙ୍କୁ ମିଳୁନି ପିଇବା ପାଣି।

ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ମଧ୍ୟ ଫଳଶୂନ ରହିଛି। ଦୀର୍ଘ ୨୫ ବର୍ଷର ବିଜେଡି ଶାସନରେ ଗ୍ରାମବାସୀଙ୍କୁ ମିଳିଲାନି ମୌଳିକ ସୁବିଧା। ଏବେ ବଦଳିଛି ସରକାର। ନୂଆ ସରକାର ସମସ୍ୟାର ସମାଧାନ କରିବେ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-lifeline-has-been-created-on-a-muddy-road | Argus News