Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି

Odisha

ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ତାତିରୁ ସାମାନ୍ୟ ଆଶ୍ବସ୍ତି । ଆଭ୍ୟନ୍ତରୀଣ ଓଡ଼ିଶା ସହ ଟୁଇନ୍ ସିଟିରେ ୧ ରୁ ୨ ଡିଗ୍ରୀ ଖସିଲା ତାପମାତ୍ରା । ଆଗାମୀ ୫ ଦିନ ଯାଏ ତାତିରୁ ମିଳିବ ତ୍ରାହି । ବର୍ଷା ସହ ଘଡ଼ଘଡ଼ିର ସମ୍ଭାବନା । ଦକ୍ଷିଣ ଛତିଶଗଡ଼ ଉପରେ ଗୋଟେ ଟ୍ରପ ଦେଖିବାକୁ ମିଳିଛି, ଯାହାର ପ୍ରଭାବ ଓଡ଼ିଶାରେ ପଡ଼ିବ ଏବଂ ବର୍ଷା ଆରମ୍ଭ ହେବ । ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ , ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଅନୁଗୁଳ,ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି ଜାରି କରାଯାଇଛି । ୩ ତାରିଖରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ।

ଖରାରେ ସିଝୁଛି ପୂରା ଓଡିଶା । ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଭିତରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରିଛି। ଯେଉଁଭଳି ଭାବରେ ତାତି ବଢ଼ି ବଢ଼ି ଚାଲିଥିଲା, ଜନସାଧାରଣ ବାହାରକୁ ବାହାରିବାକୁ ଡରୁଥିଲେ। ୨୪ ଘଣ୍ଟା ଆକାଶରୁ ନିଆଁ ବର୍ଷା ହେଉଥିଲା ।ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କରିଥିଲା ପରିବହନ ବିଭାଗ । ଏନେଇ ଆରଟିଓ ଏବଂ ଏଆରଟିଓଙ୍କ ସହ ବୈଠକ କରି ଯାତ୍ରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ବିଭିନ୍ନ ଆଲୋଚନା ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
a-little-relief-from-the-unbearable-heat-news | Argus News