ବଙ୍ଗୋପସାଗର ସୃଷ୍ଟି ହୋଇଛି ଯୋଡ଼ା ଲଘୁଚାପ , ୧୭ ଯାଏଁ ବର୍ଷା

Key Points
ବଙ୍ଗୋପସାଗର ସୃଷ୍ଟି ହୋଇଛି ଯୋଡ଼ା ଲଘୁଚାପ
ଉତ୍ତର ଓଡିଶା ଉପକୂଳରେ ଗତକାଲି ଏକ ଲଘୁଚାପ ସୃଷ୍ଟି
ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ଲଘୁଚାପ
ପଶ୍ଚିମବଙ୍ଗ ଉପକୂଳ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ବଙ୍ଗୋପସାଗର ସୃଷ୍ଟି ହୋଇଛି ଯୋଡ଼ା ଲଘୁଚାପ । ପୂର୍ବ ଭାଗରେ ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ବାଂଲାଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଗତକାଲି ଏକ ଲଘୁଚାପ ସୃଷ୍ଟି ହୋଇଛି । ସେହିପରି ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଭାବ ପଶ୍ଚିମବଙ୍ଗ ଉପକୂଳ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
୧୭ ତାରିଖ ଯାଏଁ କେତେକ ସ୍ଥାନରେ ଭାରି ମାତ୍ରା ବର୍ଷା ସହ ବିଜୁଳି, ଘଡଘଡି ଓ ବଜ୍ରପାତ ଜନିତ ଚେତାବନୀ ଦେଇଛି ପାଣିପାଗ ବିଭାଗ । ମତ୍ସଜୀବୀଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଜାରି ହୋଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା- ସମ୍ବଲପୁର,ବରଗଡ଼,ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର,ମୟୁରଭଞ୍ଜ । ସେହିପରି ପ୍ରବଳ ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଦେଇଛି ପାଣିପାଗ କେନ୍ଦ୍ର ।