Major Accident Averted / ଟଳିଲା ବଡ଼ ଦୁର୍ଘଟଣା, ବଞ୍ଚିଗଲା ୭୦ ଜଣଙ୍କ ଜୀବନ !

Key Points
ଟଳିଲା ବଡ଼ ଦୁର୍ଘଟଣା । ଝାରସୁଗୁଡ଼ା ବିମାନବନ୍ଦରରୁ ଷ୍ଟାର୍ ଏୟାରର ବିମାନ ଏସ୍-୫୨୨୯ ଭୁବନେଶ୍ବର ଅଭିମୁଖେ ଉଡ଼ାଣ ଭରିବାକୁ ଯିବା ବେଳେ ଇଞ୍ଜିନ୍ର ପ୍ରୋପେଲର୍ରେ ସମସ୍ୟା ଦେଖାଦେଇଥିଲା। ଯାଞ୍ଚ ସମୟରେ ଇଞ୍ଜିନ ପ୍ରୋପେଲର୍ରେ ପକ୍ଷୀମାଡ଼ ଯୋଗୁଁ ତାହା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ପରେ ଭୁବନେଶ୍ବର ରୁଟ୍ର ଯାତ୍ରା ବାତିଲ ହୋଇଥିଲା ।
ବୀମାନ କମ୍ପାନୀର ଇଞ୍ଜିନିୟରମାନେ ଆସି ବିମାନର ଯାନ୍ତ୍ରିକ ତ୍ରୁଟି କଣ ହୋଇଛି ତାର ଯାଞ୍ଚ ଓ ମରାମତି କରୁଛନ୍ତି। ବିମାନବନ୍ଦର ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧାଉଣ୍ଡିଆଙ୍କ ସୂଚନା ଅନୁସାରେ ବିମାନରେ ସମସ୍ୟା ହୋଇଛି। କିନ୍ତୁ କ’ଣ ସମସ୍ୟା ହୋଇଛି ସେ ସଂକ୍ରାନ୍ତରେ ଏୟାରଲାଇନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ଲକ୍ଷ୍ନୌରୁ ଏହି ବିମାନଟି ଆସି ସନ୍ଧ୍ୟା ୭ଟା ୨୮ ମିନିଟ୍ରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିଥିଲା। ଏଠାରୁ ୭୦ ଜଣ ଯାତ୍ରୀଙ୍କୁ ନେଇ ବିମାନ ଭୁବନେଶ୍ବର ଅଭିମୁଖେ ଉଡ଼ାଣ କରିବା ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଲକ୍ଷ୍ନୌରୁ ଝାରସୁଗୁଡ଼ା ଆସିବା ବେଳେ ମଝି ଆକାଶରେ କୌଣସି ପକ୍ଷୀ ପ୍ରୋପେଲର୍ରେ ମାଡ଼ ହୋଇଥିବା ନେଇ ଇଞ୍ଜିନିୟରମାନେ ଆଶଙ୍କା କରୁଛନ୍ତି ।
ତେବେ ଝାରସୁଗୁଡ଼ା ବିମାନ ବନ୍ଦରରେ ପକ୍ଷୀମାଡ଼ର କୌଣସି ଅଭିଯୋଗ ବର୍ତ୍ତମାନ ସୁଦ୍ଧା ଆସିନଥିବା ବେଳେ ଷ୍ଟାର୍ ଏୟାରର ଉଡ଼ାଣ ପୂର୍ବରୁ ଏକାଧିକ ବିମାନ ଏଠାରୁ ଉଡ଼ାଣ କରିଥିବା ବିମାନବନ୍ଦରର ଜଣେ କର୍ମଚାରୀ କହିଛନ୍ତି। ତେବେ ଠିକଣା ସମୟରେ ଏହି ସମସ୍ୟା ଜଣାପଡ଼ିଯିବାରୁ ଏକ ବଡ଼ଧରଣର ଦୁର୍ଘଟଣା ଟଳିଯାଇଛି।
ତେବେ ଯେଉଁମାନେ ଏହି ବିମାନରେ ଯାତ୍ରା କରିବା ପାଇଁ ଟିକେଟ କରିଥିଲେ ବା ସେଥିରେ ବସିଥିଲେ, ସେମାନେ ଏବେ ନୂଆ ଜୀବନ ପାଇଛନ୍ତି ବୋଲି କହିଛନ୍ତି । କାରଣ ବିମାନରେ ଥିବା ତ୍ରୁଟି, ଉଡ଼ାଣ ପୂର୍ବରୁ ଜଣାପଡ଼ିଗଲା । ନଚେତ ଯଦି ମଝି ଆକାଶରେ ଏଭଳି ତ୍ରୁଟି ସାମ୍ନାକୁ ଆସିଥାନ୍ତା କିମ୍ବା ଏଭଳି ସମସ୍ୟା ଯୋଗୁଁ କିଛି ଘଟିଥାନ୍ତା, ତେବେ ସେମାନେ ବୋଧ ହୁଏ ଏଇ ଦୁନିଆରେ ଆଉ ନଥାନ୍ତେ । ତେଣୁ ସମସ୍ତେ ନୂଆ ଜୀବନ ପାଇଛନ୍ତି ବୋଲି ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖାଲି ସେତିକି ନୁହେଁ ବିମାନ କର୍ମଚାରୀଙ୍କୁ ମଧ୍ୟ ସେମାନେ ସାଧୁବାଦ ଜଣାଇଛନ୍ତି । କାରଣ ସେମାନେ ନିଜ ଦାୟିତ୍ୱ ସଠିକ୍ ରୂପେ ତୁଲାଇଛନ୍ତି ବୋଲି ତାଙ୍କ ଜୀବନ ବଞ୍ଚି ଯାଇଛି । କାରଣ ବିମାନ ଉଡ଼ାଣ ପୂର୍ବରୁ ସେମାନେ ବିମାନକୁ ସଠିକ୍ ଭାବେ ଯାଞ୍ଚ କରିଥିଲେ । ଯାହାକି ତାଙ୍କ ଗୁରୁଦାୟିତ୍ୱ ଥିଲା । ସେହି ଦାୟିତ୍ୱକୁ ସେ ସୂଚାର ରୂପେ ତୁଲାଇଛନ୍ତି ।
📱 Get Argus News App
✨Related Topics
Explore more stories