Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲୋକ ଦେଖାଣିଆ ଆୟୋଜନ, ସଙ୍କଟରେ ଓଡିଆ ଭାଷା

Odisha

ଲୋକ ଦେଖାଣିଆ ଆୟୋଜନ, ସଙ୍କଟରେ ଓଡିଆ ଭାଷା

Smruti Parija
Browse all articles by Smruti Parija
·2 years ago·2 min read
ଲୋକ ଦେଖାଣିଆ ଆୟୋଜନ, ସଙ୍କଟରେ ଓଡିଆ ଭାଷା

Key Points

  • ଓଡିଆ ଭାଷା ସମ୍ମିଳନୀରେ କଣ ଓଡିଆ ପଢିପାରୁଥିବା ଉପସ୍ଥାପିକା ମିଳିଲେନି ?
  • ଉପସ୍ଥାପିକା ମ୍ୟାଡମ୍ ସମ୍ମିଳନୀର ମୂଳ ଉଦେଶ୍ୟ କେମିତି ଭୂଲିଗଲେ ?

ଅର୍ଗସ ବ୍ୟୁରୋ: ଓଡିଶା ରାଜ୍ୟ ଓଡିଆ ଆମ ମାତୃଭାଷା । ଯାହାକୁ କହିବାକୁ ଅନେକ ଓଡିଆ କୁଣ୍ଠାବୋଧ କରନ୍ତି । ଏମିତି କି ମୁଁ ଓଡିଆ ମିଡିୟମରେ ପାଠ ପଢୁଥିଲି ବୋଲି କହିବାକୁ ମଧ୍ୟ ଅନେକ ନିଜକୁ ଛୋଟ ଭାବନ୍ତି । ବାହାର ରାଜ୍ୟରେ କାମ କରୁଥିଲେ ଓଡିଆ ହୋଇ ବି ଓଡିଆଙ୍କ ସହ ଅନ୍ୟ ଭାଷାରେ କଥା ହେବାକୁ ଖୁସି ହୁଅନ୍ତି । ହେଲେ ଓଡିଆ ବୋଲି ପରିଚୟ ଦିଅନ୍ତିନି । 

ସେହି ମାତୃଭାଷା...ଓଡିଆ ଭାଷାର ସୁରକ୍ଷା, ପ୍ରଚାର, ପ୍ରସାର ପାଇଁ ଏହି ଭବ୍ୟ ଆୟୋଜନ । ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । କେମିତି ଆମ ଓଡିଆ ଭାଷାର ଗୌରବ ବୃଦ୍ଧି ହେବ, ଜୟଗାନ ହେବ, ଓଡିଆ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ, ଭଲ ସାହିତ୍ୟ ଉପରେ ଆଲୋଚନା ହେବ ।  ସେଥିପାଇଁ ସାରା ଓଡିଶା ଏକାଠି ହେଲା । ଓଡିଆ ଭାଷା, ଓଡିଆ ସାଜସଜ୍ଜା, ସବୁଥିରେ ଭରିଗଲା ଓଡିଆପଣ । 

ହେଲେ ଦଦରା ଖଣ୍ଡିଆ ଓଡିଆ କହିକି ସବୁ ସାରିଦେଲେ ଏହି ଉପସ୍ଥାପିକା ମ୍ୟାଡମ୍...

 ଭାଷା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚାରଣ ଆଉ ଏହି ଉପସ୍ଥାପିକା ମ୍ୟାଡମ୍ ଙ୍କ ଉଚ୍ଚାରଣ ନେଇ ଏବେ ସବୁଠି ଚର୍ଚ୍ଚା । କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ନୂଆ ସଂସ୍କୃତି ଓ ବୈଷୟିକ ଜ୍ଞାନର ପ୍ରଭାବ ଭାଷା ଉପରେ ରହୁଛି । ତେଣୁ ଭାଷାର ସବୁ ଦିଗ ଉପରେ ଆଲୋଚନା ହେଉ। ଭଲ ସାହିତ୍ୟ ସୃଷ୍ଟି ଉପରେ ଓ ଓଡିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ । 

ହେଲେ ସଭାରେ କାନ୍ତକବିଙ୍କ ନାଁ ଉଚ୍ଚାରଣ ଯେଉଁଭଳି ଭାବରେ ହେଲା ତାହାକୁ ନେଇ ଏବେ ସବୁ ମହଲରେ ଅସନ୍ତୋଷ । ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଟାହି ଟାପରା କରାଯାଉଛି । 

ଏଠି ପ୍ରଶ୍ନ ଉଠୁଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଆ ଭାଷା ସମ୍ମିଳନୀରେ କଣ ଓଡିଆ ପଢିପାରୁଥିବା ଉପସ୍ଥାପିକା ମିଳିଲେନି ?
ଉପସ୍ଥାପିକା ମ୍ୟାଡମ୍ ସମ୍ମିଳନୀର ମୂଳ ଉଦେଶ୍ୟ କେମିତି ଭୂଲିଗଲେ ?
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଏତେ ମାତ୍ରାରେ ଭାଇରାଲ୍ ହେଉଛି ଯେ ଲୋକେ କହିଲେଣି ଉପସ୍ଥାପିକା ବି କଣ ତାମିଲ ରୁ ଆସିଛନ୍ତି କି...

ସେପଟେ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାର ବିକୃତ ଉଚ୍ଚାରଣ ନେଇ ଭାଷା ପ୍ରେମୀ କ୍ଷୁବ୍ଧ ।  କାନ୍ତ କବିଙ୍କୁ ଅପମାନ ପରେ ଉଠିଲା ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି । ଏଭଳି ସମ୍ମିଳନୀ କିପରି ବିଶ୍ବରେ ଚମକାଇବ ଓଡ଼ିଆ ଭାଷାର ଛବି ?

ଆଉ ସବୁଠୁ ବମ୍ବନାର ବିଷୟ ହେଉଛି ଶହ ଶହ ଖ୍ୟାତିସମ୍ପନ୍ନ ଭାଷାବିତ୍‌, ବୁଦ୍ଧିଜୀବୀ ଓ ବିଦ୍ବାନଙ୍କ ଉପସ୍ଥିତିରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷାର ବିକୃତ ଉଚ୍ଚାରଣ ହେଲା । ମଞ୍ଚରେ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ ବି ଆସୀନ ହୋଇଥିଲେ । କିନ୍ତୁ କେହି ବି ବିକୃତ ଓଡ଼ିଆ ଉଚ୍ଚାରଣର ସଂଶୋଧନ କରିବାକୁ ସାମନାକୁ ଆସିଲେନି ।


 

Argus Whatsapp Channel Mobile Top
Sponsored
a-major-mistake-in-World Oriya Language Conference | Argus News